ଭୁବନେଶ୍ୱର : ସମସ୍ତଙ୍କୁ ପରକରି ଅଫେରା ରାଇଜକୁ ଚାଲିଗଲେ ବଲିଉଡ୍ ହି-ମ୍ୟାନ ଧର୍ମେନ୍ଦ୍ର । ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ୩୦୦ରୁ ଅଧିକ ହିନ୍ଦୀ ସିନେମାରେ ସେ ଅଭିନୟ କରିଥିଲେ । କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ସବୁଠାରୁ ଗୁରୁତ୍ୱ କଥା ହଉଚି , ଆସନ୍ତା ଡିସେମ୍ବର ୨୫ ବଡ଼ିଦନରେ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଇକ୍କିସ’ ମୁକ୍ତିଲାଭ କରିବ । ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ହୋଇଛି । ଏହି ଫିଲ୍ମରେ ଧର୍ମେନ୍ଦ୍ର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସୁପରହିଟ୍ ପାରିବାରିକ ଚଳଚ୍ଚିତ୍ର “ଅପ୍ନେ’ର ସିକ୍ୱେଲ “ଅପ୍ନେ -୨’ ମୁକ୍ତିଲାଭ କରିବ । ଏହା ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶକ ଅନୀଲ ଶର୍ମା । ଏହି ଚଳଚ୍ଚିତ୍ରରେ ତାଙ୍କ ପୁଅ ସନି ଦେଓଲ ଏବଂ ବବି ଦେଓଲ ଏବଂ ନାତି କରଣ ଦେଓଲ ମଧ୍ୟ ଅଭିନୟ କରିଛନ୍ତି ।



