www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‌ ପାଇଁ ୩୦ କୋଟି ଦେଲା ସନ୍‌ରାଇଜର୍ସ

ନୂଆଦିଲ୍ଲୀ: କରୋନା ମହାମାରୀର ୨ୟ ତରଙ୍ଗ ଭାରତରେ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଛି। ଦେଶର ଏଭଳି ସଙ୍କଟ ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି। କୋଭିଡ଼ ଲଢ଼େଇରେ ସାମିଲ ହୋଇଛି ଆଇପିଏଲ ଦଳ ସନରାଇଜର୍ସ ହାଇଦରାବାଦ୍‍। ସନ୍‍ ଟିଭି ମାଲିକାନାରେ ଥିବା ସନରାଇଜର୍ସ କୋଭିଡ୍‌ ଲଢ଼େଇ ଲାଗି ୩୦ କୋଟି ଟଙ୍କା ପ୍ରଦାନ କରିଛି। ସନରାଇଜର୍ସ ପକ୍ଷରୁ ଉକ୍ତ ୩୦ କୋଟି ଟଙ୍କା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠି ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ପ୍ରଦାନ କରିଛନ୍ତି।

ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟଙ୍କର ରୂପ ନେଇଥିବାବେଳେ କୋଭିଡ଼ ଲଢେଇରେ ସାମିଲ ହେବା ନେଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସା ସହ ଅମ୍ଲଜାନ ଯୋଗାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ସନରାଇଜର୍ସ ପକ୍ଷରୁ କୁହାଯାଇଛି। ଏହା ସହ ସନ୍ ଟିଭି ଜରିଆରେ କୋଭିଡ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ବୋଲି ଏହା ଘୋଷଣା କରିଛି। ସନ୍‌ ଟିଭିର ମାଲିକ କାଳାନିଧି ମାରାନ୍ ଥିବା ବେଳେ ତାଙ୍କ କନ୍ୟା କାବ୍ୟା ସନ୍‌ରାଇଜର୍ସ ଦଳର ପରିଚାଳନା ଦାୟିତ୍ବରେ ରହିଛନ୍ତି। କାବ୍ୟା ହିଁ କୋଭିଡ୍‌ ଲଢ଼େଇ ପାଇଁ ୩୦ କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଖେଳାଳି ଓ ଅଣଖେଳାଳି କରୋନା ସଂକ୍ରମିତ ହେବା ପରେ ଚଳିତବର୍ଷର ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ଫଳରେ ସମସ୍ତ ଫ୍ରାଞ୍ଚାଇଜି ଦଳ ବେଶ୍‌ କିଛି କ୍ଷତି ସହିବେ। ତଥାପି ଆଇପିଏଲ୍‌ ଫ୍ରାଞ୍ଚାଇଜି ଦଳମାନେ କରୋନା ପୀଡ଼ିତଙ୍କ ସହାୟତା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories