www.samajalive.in
Sunday, December 7, 2025
26.1 C
Bhubaneswar

ସାକ୍ଷୀ ଗୋପୀନାଥଙ୍କୁ ସୁନିଆଁ ଭେଟି

ସୁଆଣ୍ଡୋ :  ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ଚାରୁ ରତ୍ନଚିରା ତଟ ବକୁଳବନ ସନ୍ନିକଟରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ସତ୍ୟବାଦୀ ସାକ୍ଷୀ ଗୋପୀନାଥଦେବଙ୍କୁ ସୁନିଆଁ ଭେଟି ଅର୍ପଣ କରାଯାଇଛି । ଏହି ଅବସରରେ ଠାକୁରଙ୍କ ଦୈନିକ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରେ ମନ୍ଦିର ସିଂହଦ୍ଵାରକୁ ପୂର୍ଣ୍ଣକୁମ୍ଭ କଦଳୀ ଗଛ ଆମ୍ବଡାଳ ଫୁଲରେ ସାଜସଜ୍ଜା କରାଯାଇଥିଲା । ମହାପ୍ରଭୁ ଙ୍କ ସନ୍ଧ୍ୟା ଆଳତି ଗୋଧନ ବାହୁଡା ଭୋଗ ସରିବାପରେ ଠାକୁର ପାଟ ପିତାମ୍ବରୀ ପିନ୍ଧି ସୁବର୍ଣ୍ଣ କିରିଟି ସୁବର୍ଣ୍ଣ ବଂଶୀ କାନରେ କୁଣ୍ଡଳ ଚାପସରି ନୁଡୁକ ବେଙ୍ଗପାତିଆ ବାଙ୍କି ନୁପୁର ଆଦି ଅଳଙ୍କାର ପିନ୍ଧି ଫୁଲ ତୁଳସୀ ମାଳ ପକାଇ ରାଜବେଶ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ପାରମ୍ପରିକ ପ୍ରଥା ଅନୁସାରେ ଗୋପାଳପୁର ପାଟଣା ମହାଜନ ମାନେ ଘଣ୍ଟ ବଜାଇ ମସାଲ ଜଳାଇ ସର, ଲବଣି, ଖୁଆ, ଫୁଲ ତୁଳସୀ ଆଦି ଆଣି ଠାକୁରଙ୍କ ନିକଟରେ ଭେଟି ଦେଇଥିଲେ । ଠାକୁରଙ୍କ ପ୍ରଜା ତଥା ଭକ୍ତମାନେ ଭେଟି ଦେଇ ଥିଲେ ।
ସେବାୟତମାନେ ପରମ୍ପରା ଅନୁସାରେ ପନିକି କୋରଣା କଟୁରି ପିଢା ଦୀପରୁଖା ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାନ ଦେଇଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories