www.samajalive.in
Monday, December 15, 2025
17.1 C
Bhubaneswar

ସୁନ୍ଦରୀ ଗଲା ମଧ୍ୟପ୍ରଦେଶ

ବନ୍ତଳା: ସାତକୋଶିଆ ଅଭୟାରଣ୍ୟର ଏନ୍କ୍ଳୋଜରରେ ବାଘୁଣୀ ‘ସୁନ୍ଦରୀ’କୁ ମଙ୍ଗଳବାର ସାଢ଼େ ୩ଟା ବେଳେ ଟ୍ରାଙ୍କୁଲାଇଜିଂ କରି ଧରିବା ପରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଅପରାହ୍ନ ୩.୩୦ ସମୟରେ ପୂର୍ବ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଦଳ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିଥିଲେ। ଟ୍ରାଙ୍କୁଲାଇଜ ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତା ମଧ୍ୟକୁ ଅଣାଯାଇଥିଲା। ନିସ୍ତେଜ ହୋଇଥିବା ବାଘୁଣୀକୁ ପାଣି ମରାଯାଇ ଚେତା ଅଣା ଯାଇଥିଲା। ଅନ୍ୟପକ୍ଷେ ବାଘୁଣୀକୁ ନେଇ ଏହି ଟିମ ସାତକୋଶିଆର ରାଇଗୁଡାରୁ ସନ୍ଧ୍ୟା୬ଟାବେଳକୁ ବାହାରିଥିଲେ।

ରାଇଗୁଡାରୁ ଗୟଲମରା, ପୁରୁଣାଗେଟ, ବ୍ରାହ୍ମଣୀ ଗାଁ ଓ ନୂଆଗଡ଼ ହୋଇ ହିନ୍ଦୋଳରେ ପହଞ୍ଚିଥିଲେ। ମହିଧରପୁରରୁ ବଡକେରା ଦେଇ ଏହି ଦଳ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲେ। ବାଘୁଣି ସହ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଏସିଏଫଓ ସରୋଜ ପଣ୍ଡା, ପ୍ରାଣୀଡାକ୍ତର କିଶୋର ସାହୁ ମଧ୍ୟ ଯାଇଥିବା ସୂଚନା ମିଳିଛି। ଏହି ଦଳ ବୁଧବାର ସକାଳେ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିବେ ବୋଲି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories