ରବିବାର ରାଶିଫଳ: ଦୂର ଯାତ୍ରା ରଖନ୍ତୁ ସ୍ଥଗିତ, ଏହି ରାଶିର ଲୋକେ ରୁହନ୍ତୁ ସତର୍କ

ମେଷ- ରବିବାର ଓ ସୋମବାର କର୍ମବନ୍ଧନ ଯୋଗ ଦେଖାଦେବ। ସହଯୋଗୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କର୍ମପ୍ରବଣତା ଆପଣଙ୍କର ଭୂଷଣ ହେବ। ଗୁରୁବାର ଓ ଶୁକ୍ରବାର ଦୂରଦୃଷ୍ଟି ସମ୍ପନ୍ନ ହେବେ। ପ୍ରତିଷ୍ଠା ଲାଭ କରିବେ। ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ବୃଷ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବୁଧବାର ଓ ଗୁରୁବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ଦୂରଯାତ୍ରା ସ୍ଥଗିତ ରଖିବା ଅତ୍ୟନ୍ତ ଆବଶ୍ୟକ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ନିଜର କାର୍ଯ୍ୟ ଓ ବ୍ୟକ୍ତିତ୍ବ ଆପଣଙ୍କର ଭୂଷଣ ହେବ। ଲାଭବାନ ହେବେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲଳିତା କବଚ ପାଠ କରନ୍ତୁ।

କର୍କଟ- ରବିବାର ଓ ସୋମବାର ଜଗିରଖି ଚଳିବେ। କୌଣସି ବିବଦମାନ ପରିସ୍ଥିତିରେ ଅଯଥା ହସ୍ତକ୍ଷେପ ଅସୁବିଧାର କାରଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦୂରହେବ। ନୂତନ ନିଯୁକ୍ତି ମିଳିପାରେ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ- ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବାକ୍‌ ସଂଯମତା ରକ୍ଷା କରିବା ଆବଶ୍ୟକ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର ଧାର୍ମିକ କାର‌୍ୟ୍ୟରେ ଯୋଗଦେବେ। ଦାନଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ। ବୁଧବାର ଓ ଗୁରୁବାର ପ୍ରୀତି ଲାଭ ହେବ। ବୈବାହିକ ସମସ୍ୟା ଦୂର ହେବ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।

ତୁଳା- ରବିବାର ଓ ସୋମବାର ଆନନ୍ଦଚିତ୍ତ ହେବେ। ନୂତନ ବନ୍ଧୁ ଲାଭ ହେବ। ସନ୍ତାନମାନଙ୍କୁ ନେଇ ଗର୍ବିତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଭାଇଙ୍କ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ବୈବାହିକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କନକଧାରା ସ୍ତୋତ୍ର ପାଠ କରନ୍ତୁ।

ବିଛା- ରବିବାର ଓ ସୋମବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ ହେବ। ଶତ୍ରୁଦ୍ବାରା ପରାଭୂତ ହେବେ। ମଙ୍ଗଳବାର ଓ ବୁଧବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ସୌଖିନ ଦ୍ରବ୍ୟ କିଣାକିଣି କରିପାରନ୍ତି। ବନ୍ଧୁଙ୍କ ସହଯୋଗ ଲାଭ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପରିସୀମା ବୃଦ୍ଧି ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନୃସିଂହ କବଚ ପାଠ କରନ୍ତୁ।

ଧନୁ- ରବିବାର ଓ ସୋମବାର ପୈତୃକ ସମ୍ପତ୍ତି ଜନିତ ସମସ୍ୟା ଦୂରୀଭୂତ ହେବ। ଋଣମୁକ୍ତି ପାଇଁ ପ୍ରୟାସ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଯାତ୍ରା କଲାବେଳେ ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

ମକର- ରବିବାର ଓ ସୋମବାର ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ମାନହାନି ଘଟିପାରେ। ଦୁର୍ଘଟଣାଜନିତ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିବ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ପାରିବାରିକ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’କାଳୀଙ୍କ କବଚ ପାଠ କରନ୍ତୁ।

କୁମ୍ଭ- ରବିବାର ଓ ସୋମବାର ଶ୍ରୀ ଯୁକ୍ତ ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ଗୋଡ଼ ବା ଅଣ୍ଟାରେ ସମସ୍ୟା ଦେଖାଦେବ। ଶାରୀରିକ କଷ୍ଟ ଅନୁଭବ କରିବେ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ଆର୍ଥିକ ସମସ୍ୟା ଦୂର ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବ ଆରାଧନା କରନ୍ତୁ।

ମୀନ- ରବିବାର ଓ ସୋମବାର ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ସମୟ ଅନୁକୂଳ ରହିବ। ଧୈର୍ଯ୍ୟର ସହିତ ସମସ୍ୟା ସମାଧାନରେ ବ୍ରତୀ ହେବେ। ଶୁକ୍ରବାର ଓ ଶନିବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ।

Comments are closed.