ଧରୁଆଡିହି ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଘଟଣାସ୍ଥଳରେ ଡିଆରଏମ ସମେତ ପଦସ୍ଥ ଅଧିକାରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ ଧରୁଆଡିହି ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ପ୍ରାୟ ୫ ଟି ବଗି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି । ଖବର ପାଇ ଚକ୍ରଧରପୁର ରେଳ ଡିଭିଜନର ଡି.ଆର.ଏମ ବିଜୟ କୁମାର ସାହୁ ସମେତ ରେଳବାଇ ସୁରକ୍ଷା ଟିମ ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ଏକ ସ୍ବତନ୍ତ୍ର ସାଲୁନରେ ଘଟଣାସ୍ଥଳ ପହଞ୍ଚିଥିବାର ଜଣାପଡ଼ିଛି । କେଉଁ ପରିସ୍ଥିତିରେ ଏହି ମାଲବାହୀ ଟ୍ରେନ (ଲଙ୍ଗହୋଲ)ଟି ଲାଇନଚ୍ୟୁତ ହେଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ରେଳ ଲାଇନର ତ୍ରୁଟି ଯୋଗୁଁ ଏହା ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।

prayash

ଲାଇନଚ୍ୟୁତ ହୋଇଥିବା ବଗିରେ ସିମେଣ୍ଟ ଓ କ୍ଲିନକର ବୋଝେଇ ହୋଇଥିବାର ଜଣାପଡ଼ିଛି । ଏଗୁଡ଼ିକ ରାୟପୁରରୁ ବୋଝେଇ ହୋଇ ଆସୁଥିଲା ବୋଲି ସ୍ଥାନୀୟ ରେଳବାଇ ସୂତ୍ରରୁ ଜଣାପଡ଼ିଛି । ରେଳ ଲାଇନ ଓ ଲାଇନଚ୍ୟୁତ ବଗି ଗୁଡ଼ିକୁ ସ୍ବଭାବିକ କରିବା ପାଇଁ ରାଉରକେଲାର ବଣ୍ଡମୁଣ୍ଡାରୁ ବଡ଼ ବଡ଼ କ୍ରେନ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଜାରି ରହିଥିବାର ଜଣାପଡ଼ିଛି । ଲାଇନଚ୍ୟୁତ ହେବା ପରେ ଘଟଣାସ୍ଥଳରେ ଶହ ଶହ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ ।

kalyan agarbati

Comments are closed.