www.samajalive.in
Saturday, December 6, 2025
16.1 C
Bhubaneswar

ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣେ ସୂର୍ଯ୍ୟକିରଣ; ଜାଣନ୍ତୁ କିପରି….

ସାଧାରଣତଃ ଆମେ ଜାଣନ୍ତି ଯେ, ସୂର୍ଯ୍ୟକିରଣ ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ଆବଶ୍ୟକୀୟ। ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍-ଡି ଶରୀର ପାଇଁ ଲାଭଦାୟକ। ତେଣୁ ଛୋଟ ପିଲାମାନଙ୍କୁ ସକାଳର କଅଁଳ ଖରାରେ ଛାଡ଼ିବାକୁ ପରାମର୍ଶ ଦିଆଯାଏ। ହେଲେ ଶାରୀରିକ ବିକାଶ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ ବୋଲି ହୁଏତ ଖୁବ୍‍ କମ୍‍ ଲୋକ ଜାଣିଥିବେ।

ଦୈନନ୍ଦିନର କାର୍ଯ୍ୟ ପାଇଁ ଶରୀରିକ ସହ ମାନସିକ ସ୍ତରରେ ଫିଟ୍ ରହିବା ନିହାତି ଆବଶ୍ୟକ। ତେବେ ସୂର୍ଯ୍ୟକିରଣରୁ ଶରୀରକୁ ମିଳୁଥିବା ଥିବା ଭିଟାମିନ୍ ଡି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ସାବ୍ୟସ୍ତ ହୋଇଥାଏ। ମାନସିକ ବିଷାଦଗ୍ରସ୍ତ(ଡିପ୍ରେସନ) ବ୍ୟକ୍ତିମାନେ କିଛି ସମୟ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ଡିପ୍ରେସନର ଲକ୍ଷଣ ଦୂର ହେବା ସହ ମାନସିକ ସ୍ଥିରତା ବଜାୟ ରହେ।

- Advertisement -

ଗବେଷଣାରୁ ଜଣାପଡ଼ିଛି ଯେ, ସୂର୍ଯ୍ୟକିରଣ ମସ୍ତିସ୍କରେ ଆଣ୍ଟି ଡିପ୍ରେସାଣ୍ଟ ତିଆରି କରେ, ଯାହା ଆପଣଙ୍କୁ ଚାପମୁକ୍ତ କରାଇବା ସହ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରେ। ସୂର୍ଯ୍ୟକିରଣର ଅନ୍ୟାନ୍ୟ ଉପକାରିତା ହେଉଛି ଏହା ଖାଦ୍ୟରୁ କ୍ୟାଲସିୟମ ଗ୍ରହଣ କରିବାରେ ସାହାଯ୍ୟ କରେ ଯାହା ହାଡ଼କୁ ଅଧିକ ମଜଭୂତ କରେ। ସୂର୍ଯ୍ୟକିରଣରେ ବସିଲେ ଶରୀରରୁ ନାଇଟ୍ରିକ୍ ଅକ୍ସାଇଡ୍ ଗ୍ୟାସ ବାହାରିଯାଇଥାଏ ଯାହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ।

ଏହି ସବୁ କାରଣ ଯୋଗୁଁ ପ୍ରତ୍ୟେକ ଦିନ କିଛି ସମୟ ସୂର୍ଯ୍ୟକିରଣରେ ବସିବା ନିହାତି ଆବଶ୍ୟକ। କିନ୍ତୁ ଅଧିକ ସମୟ ସୂର୍ଯ୍ୟକିରଣରେ ବସିଲେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଅଧିକ ସମୟ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ହୃଦଘାତ ତଥା ଚର୍ମଜନିତ ରୋଗ ହେବାର ସମ୍ଭାବନା ଥାଏ। ତେଣୁ ୧୦ରୁ ୨୦ ମିନିଟ୍ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ଆପଣ ଏହାର ଲାଭ ଉଠାଇପାରିବେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories