www.samajalive.in
Saturday, December 6, 2025
19.1 C
Bhubaneswar

ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗ, ପୋକସୋ ଅଦାଲତର ନିର୍ଦ୍ଦେଶ ପରେ ପୀଡ଼ିତାଙ୍କ ବୟାନ ରେକର୍ଡ଼

ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ ଦିନକୁ ଦିନ ଘନେଇବାରେ ଲାଗିଛି। ତଦନ୍ତ ପ୍ରକ୍ରିୟା ଯେତିକି ଆଗକୁ ବଢ଼ୁଛି ଘଟଣାର ଦିଗ ମଧ୍ୟ ସେତିକି ବଦଳିବାରେ ଲାଗିଛି । ଆଜି ଘଟଣାର ତଦନ୍ତ କରୁଥିବା ମହିଳା ଡିଏସପି ଜ୍ୟୋସ୍ନାମୟୀ ପ୍ରଧାନ ସୁନ୍ଦରଗଡ଼ସ୍ଥିତ ପୋକସୋ ଅଦାଲତରେ ନାବାଳିକାଙ୍କ ୧୬୪ ବୟାନ ରେକର୍ଡ଼ ପାଇଁ ଆବେଦନ କରିବା ପରେ ଅଦାଲତ ପୁଲିସର ଏହି ଆବେଦନକୁ ଗ୍ରହଣ କରି ରାଉରକେଲାସ୍ଥିତ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପୁଲିସର ଏକ ସ୍ୱତନ୍ତ୍ର ଦଳ ନାବାଳିକାକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥାପନ କରି ବୟାନ ରେକର୍ଡ଼ କରାଇଥିବାର ଜଣାପଡ଼ିଛି ହେଲେ ନାବାଳିକା ଜଣକ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କି ବୟାନ ଦେଲେ ଓ କାହା ବିରୁଧରେ ଦେଲେ ତାହା ଜଣାପଡ଼ିନଥିଲେ ମଧ୍ୟ ଏହାକୁ ନେଇ ସିଡ଼ବ୍ଲସି ଓ ସ୍ୱାସ୍ଥ୍ୟ ବିଭାଗ, ପୁଲିସଙ୍କ ଅଡ଼ୁଆ ବଢ଼ିଯାଇ ପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ତଦନ୍ତ ପ୍ରକ୍ରିୟାରେ କୌଣସି ଦିଗକୁ ଅଣଦେଖା କରାଯାଉ ନାହିଁ ବୋଲି ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି । ୭୨ଘଣ୍ଟା ହେଲାଣି ପୀଡ଼ିତାଙ୍କ ମା ନିଜ କନ୍ୟା ସହ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହିଁ କାଗଜପତ୍ରର ଆଳ ଦେଖାଇ ସିଡବ୍ଲୁସି କୁଆଡ଼େ ଏହାକୁ ଏତେଟା ଗୁରୁତ୍ୱ ଦେଉନାହାନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀରୁ ଫେରିବା ପରେ ପୀଡ଼ିତାଙ୍କ ମା କ୍ୱାରେନଣ୍ଟାଇନରେ ଥିବାରୁ ପୁଲିସ ମଧ୍ୟ ତାଙ୍କ ବୟାନ ରେକର୍ଡ଼ କରି ପାରି ନାହିଁ ।

- Advertisement -

ସୂଚନା ଯୋଗ୍ୟ, ଏ ଘଟଣାରେ ପୁଲିସ ମହାନିର୍ଦ୍ଦେଶକ ଗତକାଲି ବୀରମିତ୍ରପୁର ଥାନା ଅଧିକାରୀଙ୍କୁ କର୍ତ୍ତବ୍ୟ ଅବହେଳା ଓ ଦାୟିତ୍ୱହୀନତା ପାଇଁ ନିଲମ୍ବିତ କରିଥିବା ବେଳେ ଆଜି ମଧ୍ୟ ଏ ଘଟଣା ଉପରେ ଖୋଳତାଳ କରିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପଶ୍ଚିମାଞ୍ଚଳ ଡି.ଆଇ.ଜି, ରାଉରକେଲା ଏ.ଡି.ଏମ ଓ ସୁନ୍ଦରଗଡ଼ ଜିଲାପାଳଙ୍କୁ ମଧ୍ୟ ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ କରାଯାଇ ଦୋଷୀ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି । ଘଟଣାରେ ନିଲମ୍ବିତ ଇନ୍ସପେକ୍ଟରଙ୍କ ଭୂମିକା କେତେ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପରଠାରୁ ହସ୍ପିଟାଲରେ ଗର୍ଭପାତ ପର୍ଯ୍ୟନ୍ତ ପୁଲିସ ଜେନେରାଲ ଡାଏରୀ(ଜି.ଡି)ରେ ଉଲ୍ଲେଖ କରିଛି କି ନାହିଁ ତାହା ମଧ୍ୟ ଖୋଳତାଳ ହେଉଛି। ପୁଲିସ ରିକ୍ରୁଜିସନରେ ସରକାରୀ ଡାକ୍ତର ନାବାଳିକାଙ୍କ ଗର୍ଭପାତ କିପରି କରାଇଲେ ତାହାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେ ସଂପର୍କରେ ନୂତନ ମାର୍ଗଦର୍ଶିକା ଅନୁସାରେ ଡାକ୍ତର ଏହି ଗର୍ଭପାତ କରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୋକ୍ଷରେ ସୂଚନା ଦିଆଯାଇଛି । ଘଟଣାର ତଦନ୍ତ ଯେତିକି ଆଗେଇ ଚାଲିଛି ନୂଆ ତଥ୍ୟ ଓ ଗୁମର ଖୋଲିବାରେ ଲାଗିଥିଲେ ହିଁ ଏ ସଂପର୍କରେ ପୁଲିସ ଗଣମାଧ୍ୟମକୁ କୌରସି ସୂଚନା ଦେଉନାହିଁ । ଗତକାଲି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସହ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ପ୍ରତିନିଧି ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଯୁକ୍ତା ନାଏକ, ଅଞ୍ଜନା ପଟେଲ, ଲତିକା ପଟ୍ଟନାୟକ, ହିମାନୀ ପାଢ଼ୀ, ଚିତ୍ରଲେଖା ନାଏକ, ଭାରତୀ ରାଉତ, ସ୍ୱର୍ଣ୍ଣଲତା ନାଏକ ପ୍ରମୁଖ ସାମିଲ ଥିବାର ଜଣାପଡ଼ିଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories