www.samajalive.in
Monday, December 15, 2025
16.1 C
Bhubaneswar

ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ-ତପସ୍ୱିନୀ, ୧୧ରେ ଶୁଣାଣି

କଟକ: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ପ୍ରଥମ ପର୍ଯ୍ୟାୟ ମଧ୍ୟସ୍ଥତାରେ ଅଂଶ ଗ୍ରହଣ କରିଛନ୍ତି। ଉଭୟ ଦିନ ୧୧ ସମୟରେ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚିଥିଲେ। ତେବେ ମଧ୍ୟସ୍ଥ ଆଇନଜୀବୀ ଖଗେଶ୍ବର ରାଜ ଉଭୟଙ୍କ ମଧ୍ୟରେ ଆଲୋଚନା କରି ପୁନର୍ମିଳନ ପାଇଁ ଚେଷ୍ଟା କରିଥିଲେ। ପ୍ରାୟ ୪ଘଣ୍ଟା ବ୍ୟାପୀ ଅପୋଷ ବୁଝାମଣା ହୋଇଥିବାବେଳେ ତାହା ସକରାତ୍ମକ ହୋଇଥିବା ଜଣାଯାଇଛି। ତେବେ ସମୟ ଅଭାବରୁ ଏହି ମଧ୍ୟସ୍ଥତା ଅଧାରହିଛି। ପୁଣି ମଧ୍ୟସ୍ଥତା ପାଇଁ ଆସନ୍ତା ୧୧ ତାରିଖ ଅପରାହ୍ନକୁ ସମୟ ଧାର୍ଯ୍ୟ ହୋଇଥିବାବେଳେ ଉଭୟେ ପୂର୍ଣ୍ଣ ସହଯୋଗ କରିଥିବା ମଧ୍ୟସ୍ଥ ଶ୍ରୀ ରାଜ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଅଦାଲତ ଶୁଣାଣି କରି ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି-ପତ୍ନୀ ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ।

ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମଧ୍ୟସ୍ଥତାକେନ୍ଦ୍ର ରିପୋର୍ଟ ହାଇକୋର୍ଟରେ ଦାଖଲ ହେବ। ତପସ୍ବିନୀଙ୍କୁ ରହିବା ଲାଗି ସୁମିତ ସାହୁ ନେଇଥିବା ଭଡ଼ା ଘରର ଦୁଇ ମିନିଟର ଭିଡଇଓ କ୍ଲିପ୍ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ଭଡା ଘରର ଭିଡିଓ କରି ହାଇକୋର୍ଟରେ ଦାଖଲ କରିବାକୁ ଉଭୟ ତପସ୍ୱିନୀ ଓ ସୁମିତଙ୍କୁ ନିର୍ଦେଶ ଦିଆଯାଇଥିଲା। ଏଥି ସହିତ ସୁମିତ ସରକାରୀ କ୍ବାର୍ଟର ନେଇଛନ୍ତି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏପ୍ରିଲ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories