ଆତ୍ମହତ୍ୟା ଉଦ୍ୟମ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
କଲମପୁର : ଶୁକ୍ରବାର ଅପରାହ୍ନରେ ବଙ୍କାପଲା ଠାରେ ଜଣେ ବ୍ୟକ୍ତି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ ବଙ୍କାପଲା ଗ୍ରାମର ୫୦ ବର୍ଷିୟ କର୍ଣ୍ଣ ବାଗ ନାମକ ବ୍ୟକ୍ତି ଆଜି ଅପରାହ୍ନରେ କୌଣସି କାରଣରୁ ଦାନାଦାର କୀଟନାଶକ ଖାଇ ଦେଇଥିଲେ । ସେ ଗୁରୁତର ହେବା ପରେ ପରିବାର ଲୋକ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ କର୍ଣ୍ଣଙ୍କର ଅବସ୍ଥାରେ କୌଣସି ପରବର୍ତନ ହେଇନଥିଲା । ତାକୁ ଅଧିକ ଚିକିତ୍ସା ପାଇଁ ଏକ ଆମ୍ବୁଳାନ୍ସର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆତ୍ମହତ୍ୟା ଉଦ୍ୟମର କୌଣସି କାରଣ ସ୍ପଷ୍ଟ ହେଇନଥିଲେ ମଧ୍ୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ପତ୍ନୀର ଶାରିରୀକ ଅସୁସ୍ଥତା ଏବଂ ଗରିବ ହେତୁ ତା’ର ଚିକିତ୍ସା ପାଇଁ ଅର୍ଥ ବାଧକ କାରଣ ହେଇଥିବାର ଅନୁମାନ କରାଯାଉଛି ।
କର୍ଣ୍ଣ ବାଗ ଅତ୍ୟନ୍ତ ଗରିବ। ମୂଲ ଲାଗିଲେ ପେଟ ପୁରେ । ଅନ୍ୟପଟେ ଘରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଇ ପତ୍ନୀ ଜୀବନ ମରଣ ସହ ସଂଗ୍ରାମ କରୁଛି । ତା’ର ଅନ୍ୟ କେହି ସନ୍ତାନ ନାହାଁନ୍ତି । ଏପରିସ୍ଥିତିରେ ପତ୍ନୀର ଚିକିତ୍ସା କରାଇବା ପାଇଁ କର୍ଣ୍ଣ ପାଖରେ ଅର୍ଥ ଅଭାବ । ତେଣୁ ଏହି ସବୁ କାରଣରୁ ମାନସିକ ଭାରସାମ୍ୟ ହରାଇ କର୍ଣ୍ଣ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି।
Comments are closed.