ଓଢଣୀରେ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ପାଟଣା : ପାଟଣା ଥାନା ବଡପାଟଣା ଗ୍ରାମରେ ଓଢଣୀରେ ଫାଶୀ ଲଗାଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବତୀଜଣକ ଗ୍ରାମର ପ୍ରଭାକର ନାଏକଙ୍କ ଝିଅ କୁନି ନାଏକ(୧୯) ବୋଲି ଜଣାପଡିଛି । ସେ ନିଜ ଶୋଇବା ଘରେ ଓଢଣୀରେ ଫାଶୀ ଲଗାଇଥିଲେ। ଆଜି ପାଟଣା ପୁଲିସ ମୃତଦେହକୁ ଉଦ୍ଧାର କରିଛି। ତେବେ କୁନି କାହିଁକି ଆତ୍ମହତ୍ୟା ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର ସଠିକ୍ କାରଣ ଜଣାପଡି ନାହିଁ। ଏନେଇ ପାଟଣା ଥାନାରେ ୨/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ୍ ଇନ୍ସପେକ୍ଟର ରଞ୍ଜିତ ପଟ୍ଟନାୟକ ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Comments are closed.