www.samajalive.in
Tuesday, December 9, 2025
16.1 C
Bhubaneswar

ହୋମିଓଗୁଡା ବିଦ୍ୟାଳୟରେ ନାହିଁ ଶ୍ରେଣୀଗୃହ ଓ ପାଚେରୀ; ଛାତ୍ରଛାତ୍ରୀ ହନ୍ତସନ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ହୋମିଓଗୁଡାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ପାଚେରୀ ନଥିବା ଯୋଗୁଁଁ ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟଟି ୧୯୭୫ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୭୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। କିନ୍ତୁ ୧୦ଟି ଶ୍ରେଣୀକୁ ୬ ଶ୍ରେଣୀ ଗୃହ ରହିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ବସୁଥିବାବେଳେ ଷଷ୍ଠ, ସପ୍ତମ, ଅଷ୍ଟମ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍ୟ ୫ଟି ଶ୍ରେଣୀ କକ୍ଷରେ ବସାଇ ପାଠ ପଢ଼ାଯାଉଛି। ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଥିବାବେଳେ କିଏ କାହାର ପାଠ ପଡୁଥିବେ କିଛି ଜଣାପଡୁନାହିଁ। କଲ୍ୟାଣସିଂହପୁରଠାରୁ ଥେରୁବାଲି ଯିବା ମୁଖ୍ୟ ରାସ୍ତା କଡରେ ବା ପାର୍ଶ୍ବରେ ଉକ୍ତ ବିଦ୍ୟାଳୟଟି ରହିଛି। ଯାହାଫଳରେ ବିଦ୍ୟାଳୟର ଚତୁଃପାର୍ଶ୍ବରେ ପାଚେରୀ ନଥିବା ଯୋଗୁଁଁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବିଦ୍ୟାଳୟ ପାଚେରୀ ନିର୍ମାଣ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମିଳିତରେ ପୂର୍ବରୁ ପଞ୍ଚାୟତ ଓ ବ୍ଲକରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଚାରିଆଡେ ପାଚେରୀ ନିର୍ମାଣ ହୋଇପାରି ନାହିଁ। ଏହି ବିଦ୍ୟାଳୟ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟ ପାଚେରୀ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ସଭାପତି ସାମଦ୍ରୀ ହିମିରିକା, ବିଦ୍ୟାଧର ହିମିରିକା, ଶିରିମା ହିମିରିକା, ଗୋପୀନାଥ ହିମିରିକା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ବିଷୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ଲକ ତରଫରୁ ବିଦ୍ୟାଳୟ କାର୍ଯ୍ୟ କରାଯିବାର ରହିଛି। ବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ଲିଖିତ ଭାବେ ଦିଆଯାଇଛି ବୋଲି କହିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories