www.samajalive.in
Monday, December 15, 2025
27.1 C
Bhubaneswar

ଟି-ସେତୁରୁ ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଡ଼ମ୍ବା :  ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଜଣେ ଯୁବକ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବକ ଜଣଙ୍କ ହେଲେ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଅଂଚଳର ଏବଂ ତାଙ୍କ ବାପା ନରସିଂହପୁରରେ ଶିକ୍ଷକତା କରୁଥିବା  ଜଣାଯାଇଛି। ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ସେ ଏମିତି ପଦକ୍ଷେପ ନେଇଥିବା ପରିବାରର ନିକଟତମ ସଦସ୍ୟଙ୍କଠୁ ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ବଡମ୍ବା ସିଂହାନାଥ ପୀଠ ନିକଟସ୍ଥ ଟି ସେତୁରେ ଘଟିଛି। ଖବରପାଇ ବଡ଼ମ୍ବା ଅଗ୍ନିଶମ କେନ୍ଦ୍ରର ଆଗ୍ନିକଙ୍କ ତତ୍କାଳ ପଦକ୍ଷେରୁ ସଂପୃକ୍ତ ଯୁବକଙ୍କୁ ଆହତ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିଲା। ପରେ ପରେ  ସଂପୃକ୍ତ ଯୁବକଙ୍କୁ ଚିକିତ୍ସା ଲାଗି ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି  କରାଯାଇଥିଲା। ଆହତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ଯଦିଓ ଭଲ ଅଛି ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ତାଙ୍କୁ କଟକ ଯିବାକୁ ପରାମର୍ଶ ଦିଆଯାଇଥିବା ଡାକ୍ତଖାନା ସୂତ୍ରରୁ ପ୍ରକାଶ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories