www.samajalive.in
Monday, December 15, 2025
26.1 C
Bhubaneswar

ଏମିତି ହୋଇଥିଲା ଷଡ଼ଯନ୍ତ୍ର ସଂସଦକୁ ଅନୁପ୍ରବେଶ ପରେ

ନୂଆଦିଲ୍ଲୀ: ସଂସଦରେ ବୁଧବାର ଘଟିଥିବା ସୁରକ୍ଷା ସଂକ୍ରାନ୍ତ ତ୍ରୁଟି ମାମଲାରେ ଦିଲ୍ଲୀ ପୁଲିସ ମୋଋ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଲଳିତ ଝା ଫେରାର ଥିବା ଜଣାପଡିଛି। ପୁଲିସ ଗୁରୁବାର ଏମାନଙ୍କ ମଧ୍ୟରୁ ଚାରିଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ବିଭିନ୍ନ କାରଣ ନେଇ ଏମାନେ ସଂସଦରେ ସ୍ବର ଉତ୍ତୋଳନ କରିବାକୁ ମନସ୍ଥ କରିଥିବା ସେମାନେ ପୁଲିସ ଆଗରେ ସ୍ବୀକାର କରିଛନ୍ତି। ବେକାରୀ ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଆନ୍ଦୋଳନ ଏବଂ ମଣିପୁରରେ ଘଟିଥିବା ଜାତିଗତ ହିଂସା ଭଳି ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାର ସଂସଦରେ ବିସ୍ତୃତ ଭାବେ ଆଲୋଚନା କରନ୍ତୁ, ସେହି ଲକ୍ଷ୍ୟ ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା କହିଛନ୍ତି। ସଂସଦ ଭଳି ଏକ ପବିତ୍ର ଅନୁଷ୍ଠାନର ସମ୍ମାନ ହାନି କରିବା କିମ୍ବା ସାଂସଦଙ୍କ ପ୍ରତି କୌଣସି କ୍ଷତି ପହଞ୍ଚାଇବାର ଆକାଂକ୍ଷା ସେମାନଙ୍କର ନଥିଲା। ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଏଭଳି କାର୍ଯ୍ୟର ପରିଣାମ ସମ୍ପର୍କରେ ଯଥେଷ୍ଟ ସଚେତନ ଥିଲେ ବୋଲି ଅଭିଯୁକ୍ତମାନେ ସଫେଇ ଦେଇଛନ୍ତି। କେବଳ ଦର୍ଶକ ଗ୍ୟାଲେରୀରେ ବସି ପାଟିତୁଣ୍ଡ କଲେ ଫଳ ମିଳିବ ନାହିଁ। ତେଣୁ ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ହଳଦିଆ ରଙ୍ଗର ​‌େ​‌ସ୍ପ୍ର ଧୂଆଁ ଛାଡିଲେ, ସାଂସଦମାନେ ସେମାନଙ୍କ ପ୍ରତି ଧ୍ୟାନ ଦେବେ ବୋଲି ସେମାନଙ୍କର ବିଶ୍ବାସ ରହିଥିଲା।

ସରକାରଙ୍କ ନିକଟରେ କେବଳ ଏକ ବାର୍ତ୍ତା ପହଞ୍ଚାଇବାକୁ ସେମାନେ ଏହି ପନ୍ଥା ଅନୁସରଣ କରିଥିବା ପୁଲିସକୁ କହିଛନ୍ତି। ତେବେ ଏମାନଙ୍କ ପଛରେ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ରାଜନୈତିକ ଦଳର ହାତ ରହିଛି କି ନାହିଁ, ତାହା ଜାଣିବାକୁ ତଦନ୍ତକାରୀ ପୁଲିସ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। ବୁଧବାର ଅନୁପ୍ରବେଶ ଘଟଣା ପରେ ସଂସଦ ପରିସରକୁ ପୁଲିସ ଛାଉଣିରେ ପରିଣତ କରାଯାଇଛି। ସଂସଦରେ ଘଟିଥିବା ଅନୁପ୍ରବେଶ ଘଟଣାରେ ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କୁ ଗୁରୁବାର ସାତ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ଏମାନେ ହେଲେ ସାଗର ଶର୍ମା, ଡି.ମନୋରଞ୍ଜନ, ନୀଲମ ଦେବୀ ଓ ଅମୋଲ ସିନ୍ଧେ। ଅଧିକ ତଥ୍ୟ ହାସଲ କରିବାକୁ ଦିଲ୍ଲୀ ପୁଲିସ ଏହି ଚାରି ଅଭିଯୁକ୍ତଙ୍କୁ ଜେରା କରିବ ବୋଲି ଜଣାପଡିଛି। ଗୁରୁବାର ସବୁ ଗିରଫ ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ବିଚାରପତି ହରଦୀପ କୌରଙ୍କ ଅଦାଲତରେ ହାଜର କରାଯାଇଥିଲା। ଏମାନଙ୍କୁ ୧୫ ଦିନ ପାଇଁ ହେପାଜତରେ ନେବାକୁ ପୁଲିସ ଆବେଦନ କରିଥିବାବେଳେ ବିଚାରପତି କେବଳ ଏମାନଙ୍କ ମଧ୍ୟରୁ ସାଗର ଓ ମନୋରଞ୍ଜନଙ୍କୁ ଲୋକସଭାରୁ ଗିରଫ କରାଯାଇଥିବାବେଳେ ନୀଲମ ଓ ଅମୋଲଙ୍କୁ ସଂସଦ ବାହାରୁ ଗିରଫ କରାଯାଇଛି। ପୁଲିସ ଏହି ମାମଲାରେ ବୁଧବାର ୫ ଜଣଙ୍କୁ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଲଲିତ ଝା ନାମକ ଷଷ୍ଠ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଚାରି ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ପୁଲିସ ଭିକି ଶର୍ମା ନାମକ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଥିଲେ ସୁଦ୍ଧା ତାଙ୍କୁ ହେପାଜତରେ ନିଆଯାଇନାହିଁ। ୟୁଏପିଏ ଓ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଗର, ମନୋରଞ୍ଜନ, ନୀଲମ ଓ ଅମୋଲ ବିଗତ ୧୮ ମାସ ଧରି ସଂସଦରେ ଏଭଳି ଅନୁପ୍ରବେଶ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ସେମାନେ ‘ଭଗତ ସିଂହ ଫ୍ୟାନ୍‌ କ୍ଲବ’ ନାମକ ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ ଜରିଆରେ ସମ୍ପର୍କ ସ୍ଥାପନ କରିଥିଲେ।

- Advertisement -

ସୂଚନାଯୋଗ୍ୟ ବିଜେପି ସାଂସଦ ପ୍ରତାପ ସିମ୍‌ହାଙ୍କଠାରୁ ପାସ୍‌ ପାଇଥିବା ସାଗର ଶର୍ମା ଓ ଡି.ମନୋରଞ୍ଜନ ନାମକ ଦୁଇ ଜଣ ବ୍ୟକ୍ତି ବୁଧବାର ଲୋକସଭାର ଦର୍ଶକ ଗ୍ୟାଲେରୀରେ ବସିଥିଲେ। ଗୃହର ଶୂନ୍ୟକାଳରେ ଏମାନଙ୍କ ମଧ୍ୟରୁ ସାଗର ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ସାଂସଦଙ୍କ ଟେବୁଲ ଉପରେ ଦୌଡାଦୌଡି କରିବା ସହ ହଳଦିଆ ରଙ୍ଗର ଧୂଆଁ ​‌େ​‌ସ୍ପ୍ର କରିଥିଲେ । ମନୋରଞ୍ଜନ ଗ୍ୟାଲେରୀରୁ ମଧ୍ୟ ଅନୁରୂପ ଢାଞ୍ଚାରେ ଧୂଆଁ ​‌େ​‌ସ୍ପ୍ର କରିଥିଲେ। ଏଥିସହିତ ସେ ’ତାନାଶାହୀ ନେହି ଚଲେଗା’ (ଏକଛତ୍ରବାଦ ଶାସନ ଚଳିବ ନାହିଁ) ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହି ଦୁଇ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ଉପସ୍ଥିତ ସାଂସଦମାନେ କିଛି ସମୟ ପାଇଁ ଆତଙ୍କିତ ହୋଇପଡିଥିଲେ। ତେବେ ସୁରକ୍ଷା କର୍ମୀ ଓ କେତେକ ସାଂସଦ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଅପରପକ୍ଷରେ ସଂସଦ ବାହାରେ ନୀଲମ ଦେବୀ ଓ ଅମୋଲ ସିନ୍ଧେ ନାମକ ଅନ୍ୟ ଦୁଇ ଅଭିଯୁକ୍ତ ଲାଲ ଓ ହଳଦିଆ ରଙ୍ଗର ଧୂଆଁ ​‌େ​‌ସ୍ପ୍ର କରିଥିବାବେଳେ ଲଳିତ ଝା ନାମକ ଅନ୍ୟ ଅଭିଯୁକ୍ତ ସେମାନଙ୍କର ଭିଡିଓ ସୁଟିଂ କରୁଥିଲେ।

ସଂସଦର ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ ଘଟଣାର ଯୋଜନା ଭିକି ଶର୍ମାଙ୍କ ଘରେ ହୋଇଥିଲା। ବୁଧବାର ସକାଳେ ସମସ୍ତ ଅଭିଯୁକ୍ତ ଗୁରୁଗ୍ରାମସ୍ଥିତ ଭିକି ଶର୍ମାଙ୍କ ଘରେ ଏକାଠି ହୋଇଥିଲେ। ପରେ ସେମାନେ ସଂସଦ ଭବନ ଅଭିମୁଖେ ଯାଇଥିଲେ। ସାଗର ଶର୍ମା ଓ ମନୋରଞ୍ଜନ ଡି ଦର୍ଶକ ପାସ୍ ଯୋଗେ ଲୋକସଭା ଭବନ ମଧ୍ୟକୁ ପ୍ରବେଶ କରିଥିଲେ। ଅନ୍ୟ ଚାରିଜଣ ନୀଲମ ଦେବୀ, ଅମୋଲ ସିନ୍ଧେ, ଭିକି ଶର୍ମା ଓ ଲଲିତ ଝା ସଂସଦ ଭବନ ବାହାରେ ରହିଥିଲେ। ସାଗର ଓ ମନୋରଞ୍ଜନ ଲୋକସଭାର ସୁରକ୍ଷା ଉଲ୍ଲଙ୍ଘନ କରି ନାରାବାଜି ସହିତ ଗ୍ୟାସ ​‌େ​‌ସ୍ପ୍ର କରିଥିଲେ। ସେହିପରି ନୀଲମ୍, ଅମୋଲ, ଭିକି ଓ ଲଳିତ ସଂସଦ ବାହାରେ ବିକ୍ଷୋଭ କରିବା ସହିତ ଗ୍ୟାସ ​‌େ​‌ସ୍ପ କରିଥିଲେ। ପୁଲିସ ଲଳିତ ଏନଜିଓରେ କାର୍ଯ୍ୟ କରୁଥିବା ୪ଜଣ କର୍ମଚାରୀଙ୍କୁ ପଚରାଉଚରା କରୁଛି। ପୁଲିସ କହିଛି ଯେ ସାଗର ଶର୍ମା ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ହୋଇଥିବାବେଳେ ମନୋରଞ୍ଜନ କର୍ଣ୍ଣାଟକର ମହୀଶୂର, ନିଲମ ହରିୟାଣାର ହିସାର, ଅମୋଲ ମହାରାଷ୍ଟ୍ର ଲାଟୁରର ବାସିନ୍ଦା। ପୁଲିସ କହିବା ଅନୁଯାୟୀ ଦେଶର ବେକାରି ସମସ୍ୟା ଓ ମଣିପୁର ହିଂସାକୁ ନେଇ ସେମାନେ ସଂସଦ ମଧ୍ୟରେ ଏପରି ବିଶୃଙ୍ଖଳା ଘଟାଇବାର ଯୋଜନା କରିଥିଲେ। ଏହି ପ୍ରସଙ୍ଗରେ ସଂସଦରେ ବ୍ୟାପକ ଆଲୋଚନା କରିବା ଲାଗି ସେମାନେ ସଦସ୍ୟମାନଙ୍କ ଉପରେ ଚାପ ପକାଇବାକୁ ଯୋଜନା କରିଥିଲେ। ସଂସଦ ମଧ୍ୟକୁ ଅନୁପ୍ରବେଶ ପୂର୍ବକ ଲୋକସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ। ଶୀତ ଅଧିବେଶନର ଗୃହ କାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ ଯୁବକ ଲୋକସଭା ମଧ୍ୟକୁ ଡେଇଁବା ସହିତ ନାରାବାଜି କରିଥିଲେ। ସେମାନେ ଗୃହରେ ଏକ ପ୍ରକାର ଗ୍ୟାସ ​‌େ​‌ସ୍ପ୍ର କରିଥିଲେ। ଏହି ଘଟଣାକୁ ନେଇ ସୁରକ୍ଷା ଓ ଗୁଇନ୍ଦା ବିଭାଗର ତ୍ରୁଟି ପଦାରେ ପଡିଛି। ସୁରକ୍ଷା ଓ ଗୁଇନ୍ଦା ବିଭାଗକୁ ଚକ୍‌ମା ଦେଇ ଏହି ବିଶୃଙ୍ଖଳା ସୃଷ୍ଟି କରିଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ମନୋରଞ୍ଜନ ଡି ଓ ସାଗର ଶର୍ମା। ତେବେ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଲଲିତ ଝା। ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କର ଜଣେ ଅନୁଗତ ହେଉଛନ୍ତି ଲଲିତ।

ସମ୍ପୂର୍ଣ୍ଣ ଘଟଣାରେ ୬ଜଣଙ୍କର ସମ୍ପୃକ୍ତି ଥିବାବେଳେ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଅଭିଯୁକ୍ତ ହେଲେ ମନୋରଞ୍ଜନ ଡି, ସାଗର ଶର୍ମା, ନୀଲମ ଦେବୀ, ଅମୋଲ ସିନ୍ଧେ ଓ ଭିକି ଶର୍ମା। ନୀଲମ ଓ ଅମୋଲ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସହିତ ଗ୍ୟାସ ​‌େ​‌ସ୍ପ୍ର କରିଥିଲେ। ତେବେ ମୁଖ୍ୟ ଷଡଯନ୍ତ୍ରକାରୀ ଲଲିତ ଝା ଫେରାର ଅଛି। ଲଲିତକୁ ଗିରଫ କରିବା ଲାଗି ପୁଲିସ ବ୍ୟାପକ ଚଢଉ କରିଛି। ଲଲିତ ଝା ପଶ୍ଚିମବଙ୍ଗସ୍ଥିତ ଏକ ଏନଜିଓର ମୁଖ୍ୟ। ଏହି ଏନଜିଓ ଆଦିବାସୀମାନଙ୍କ ଶିକ୍ଷା ପାଇଁ କାମ କରିଥାଏ। ଲଲିତ ବୃତ୍ତିରେ ଜଣେ ଶିକ୍ଷକ। ସେ ପଶ୍ଚିମବଙ୍ଗର ବାସିନ୍ଦା। ନିକଟରେ ଲଲିତ ସଂସଦ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ଭିଡିଓ ପୋଷ୍ଟ କରିଥିଲେ। ଲଲିତଙ୍କ ଏନଜିଓରେ କାମ କରୁଥିବା ନୀଲକ୍ଷା ଆଇଚ୍‌ କହିଛନ୍ତି ଯେ ଗତ ଏପ୍ରିଲ ମାସ ଠାରୁ ଲଲିତଙ୍କ ହାବଭାବରେ ପରିବର୍ତ୍ତନ ଦେଖାଯାଇଥିଲା। ପ୍ରତ୍ୟେକ କଥାକୁ ସେ ଲୁଚାଇବା ଲାଗି ଚେଷ୍ଟା କରୁଥିଲେ। ଆଇଚ୍‌ କହିଛନ୍ତି ଯେ ଲଲିତ ବିହାରରେ ପାଠପଢା ଶେଷ କରିବା ପରେ ପଶ୍ଚିମବଙ୍ଗରେ ନିଜର ଏନଜିଓ ଚଳାଇ ଆସୁଥିଲେ। ଏହି ଘଟଣା ପୂର୍ବରୁ ​‌େ​‌ସ ଗୁରୁଗ୍ରାମ ଯାଇ ନିଜର ସହଯୋଗୀମାନଙ୍କ ସହ ଯୋଜନା କରିଥିଲେ। ସଂସଦ ମଧ୍ୟରେ ବିଶୃଙ୍ଖଳା ସମୟରେ ଲଲିତ ନିଜର ଅନ୍ୟ ସହଯୋଗୀଙ୍କ ସହିତ ବାହାରେ ଥିଲେ। ମାତ୍ର ସେ ସେଠାରୁ ଫେରାର ହୋଇଯାଇଥିଲେ। ଏପରିକି ନିଜର ଓ ନିଜ ସାଥୀଙ୍କ ମୋବାଇଲ ନେଇ ସେ ଫେରାର ହୋଇଯାଇଥିଲେ। ଲଲିତଙ୍କ ସହିତ ସଂସଦ ବାହାରେ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଓ ଆଇପିସିର ବିଭିନ୍ନ ଧାରରେ ମାମଲା ରୁଜୁ କରିଛି। ପୁଲିସ ଭିକିଙ୍କ ପତ୍ନୀଙ୍କୁ ମଧ୍ୟ ଏହି ଘଟଣାରେ ଅଟକ ରଖି ପଚରାଉଚରା କରୁଛି। ଦିଲ୍ଲୀ ପୁଲିସର କହିବା ଅନୁଯାୟୀ ସଂସଦର ସୁରକ୍ଷା ଉଲ୍ଲଙ୍ଘନ ଭଳି କାର୍ଯ୍ୟ ଲାଗି ଲଲିତ ଦିନ ଧାର୍ଯ୍ୟ କରିଥିଲା। ଏପରିକି ଗୃହ ମଧ୍ୟରେ ଯେଉଁ ଗ୍ୟାସ ​‌େ​‌ସ୍ପ୍ର କରାଯାଇଥିଲା ତା’ର ଅଭ୍ୟାସ ଅନ୍ୟ ଅଭିଯୁକ୍ତମାନଙ୍କ ସହିତ କରିଥିଲେ। ସୁରକ୍ଷା ଉଲ୍ଲଙ୍ଘନ ଭଳି କାର୍ଯ୍ୟ ସଂସଦ ଆକ୍ରମଣର ୨୨ବର୍ଷ ପୂର୍ତ୍ତି ଦିବସ ଡିସେମ୍ବର ୧୩ରେ କରାଇବାକୁ ସେ ଯୋଜନା କରିଥିଲା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories