www.samajalive.in
Saturday, December 6, 2025
15.1 C
Bhubaneswar

୧୯୩୩ ମସିହାରେ ସମାଜରେ ବାହାରିଥିବା ଖବର

ଇଂଲଣ୍ଡ ରାଜ୍ୟ ଜଡ ହୋଇଗଲା
ପ୍ରବଳ ଝଞ୍ଜା, ଭୀଷଣ ଥଣ୍ଡା
ଅନେକ ଜାଗାରେ ଲୋକ ମରିଗଲେଣି
ପାଣି ସବୁ ବରଫ ହୋଇଯାଉଛି
ଇଂଲଣ୍ଡ, ତା ୧୪। ୧୨।୩୩ : ସ୍କଟଲାଣ୍ଡରେ ୩୫ରୁ ୩୪ ଡିଗ୍ରୀ ଭିତରେ ଉତ୍ତାପ ରହିଛି। କିନ୍ତୁ ଇଂଲଣ୍ଡ ଓଏଲେସ୍‌ରେ ଭୀଷଣ ଥଣ୍ଡା। ଲଣ୍ଡନରେ କାଲି ଅପେକ୍ଷା ଆଜି ୧୦ ଡିଗ୍ରୀ ଉତ୍ତାପ କମିଯାଇଛି। ଭୋନ ନଈଟା ଯାକ ପାଣି ଖାଲି ବରଫ ହୋଇଯାଇଛି। ଗଲା ୩୦ ବର୍ଷ ଭିତରେ ଏଭଳି ହେବାର କେବେ ଦେଖା ଯାଇ ନ ଥିଲା। ଇଂଲିଶ ପ୍ରଣାଳୀରେ ଭୀଷଣ ଝଞ୍ଜା ତୋଫାନ ଏ ପର୍ଯ୍ୟନ୍ତ ଲାଗି ରହିଛି। ବୋଲମୁର ନାମକ ଗୋଟାଏ ଜାହାଜର ୯ ଜଣ ଯାତ୍ରୀ ବୁଡ଼ି ମରିଗଲେ। ଜାହାଜଟା ମଧ୍ୟ ବୁଡ଼ିଗଲା। ଅନେକ ଜାଗାରେ ଦୁର୍ଘଟଣା ଘଟୁଛି। ସ୍ଥଳଭାଗ ଓ ଜଳଭାଗରେ ମୃତ୍ୟୁଲୀଳାର ବହୁତ ଖବର ଆସି ବର୍ତ୍ତମାନ ସହରରେ ଜମା ହୋଇଯାଇଛି। ଗୋଟାଏ ଫରାସୀ ଜାହାଜର ୭ ଜଣ ଚାଳକ ବୁଡ଼ି ଯାଇଥିଲେ। ୩ ଜଣଙ୍କୁ ରକ୍ଷା କରାଯାଇଛି। ଆଉ ଜଣେ ଭାସି ଭାସି ଯାଇ କୂଳରେ ଲାଗିଲା। ଲୋକଗୁଡ଼ାକ ମରିଯାଇଥିବାର ଆଶଙ୍କା।
ଉଡାଜାହାଜ ଭାଙ୍ଗିଗଲା
ଚାଳକ ବିଚାରା ମରିଗଲେ
ପୁନା, ତା ୧୫।୧୨।୩୩ : କୁଏଟା ଠାରୁ ଗୋଟାଏ ଉଡାଜାହାଜ କାଲି ସକାଳେ ଏଠାରେ ଆସି ପହଞ୍ଚିଲା। ପୁନା ଠାରୁ ୮୦ ମାଇଲ ଦୂରରେ ସୈନ୍ୟମାନଙ୍କୁ ତାଲିମ କରିବା ବିଷୟରେ ଏହା ନିଯୁକ୍ତ ଥିଲା। ଓହ୍ଲାଇଲାବେଳେ ଗୋଟାଏ ତମ୍ବୁ ପାଖରେ ନଳା ଦେହରେ ମାଡ଼ ଖାଇ ଉଡାଜାହାଜ ଭାଙ୍ଗିଗଲା। ଚାଳକ ବିଚାରା ସଙ୍ଗେ ସଙ୍ଗେ ମରିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories