www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ, ୧୩,୯୯୯ ଟଙ୍କିଆ ହେଡ୍‌ ଫୋନ୍‌ ବଦଳରେ ଆସିଲା ଟୁଥ୍‌ ପେଷ୍ଟ – ଅନ୍‌ଲାଇନ୍‌ ଜିନିଷ ବରାଦ କରି

ଅନ୍-ଲାଇନ୍୍‌ରେ ଜିନିଷ ବରାଦ କରିବା ସଂଖ୍ୟା ଯେତିକି ବଢ଼ୁଛି, ଠକାମି ମଧ୍ୟ ସେଇ ଅନୁପାତରେ ବଢ଼ୁଥିବା ଦେଖାଯାଉଛି। ନିକଟରେ ଜଣେ ଗ୍ରାହକ ଆମାଜନ୍‌ ସାଇଟ୍‌ରୁ ଏକ ହେଡଫୋନ୍‌‌ ବରାଦ୍ କରିଥିଲେ, ଯାହାର ମୂଲ୍ୟ ଥିଲା ୧୩,୯୯୯ ଟଙ୍କା। ନିର୍ଦିଷ୍ଟ ଦିନ ତାଙ୍କ ଠିକଣାରେ ଆମାଜନ୍‌ ପ୍ୟାକେଟ୍ ପହଞ୍ଚିଥିଲା। ବର୍ତ୍ତମାନ ଗ୍ରାହକମାନେ ପୂର୍ବାପେକ୍ଷା ସଚେତନ ​‌ହେଲେଣି। ଜିନିଷ ଠିକଣାରେ ପହଞ୍ଚିବା ପରେ ତାକୁ ଖୋଲିବାବେଳ ଭିଡିଓ ରେକର୍ଡିଂ କରୁଛନ୍ତି।

ହେଡଫୋନ୍ ବରାଦ୍ କରିଥିବା ଗ୍ରାହକଜଣକ କିନ୍ତୁ ପ୍ୟାକେଟ୍ ଖୋଲିବା ପରେ ସେଥିରୁ ହେଡଫୋନ୍ ପରିବର୍ତ୍ତେ ଦାନ୍ତ ଘଷା ପେଷ୍ଟ ବାହାରିଥିଲା। ବିଳମ୍ବ ନ କରି ସେ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଥିଲେ। ଆମାଜନ୍ କର୍ତ୍ତୃପକ୍ଷଙ୍କ ନଜରକୁ ଏସବୁ ଆସିବା ପରେ ସେ କ୍ଷମାପ୍ରାର୍ଥନା କରିବା ସହିତ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

- Advertisement -

ଏହା କେବଳ ଗୋଟିଏ ଘଟଣା ନୁହେଁ। ଅନ୍ୟ ଜଣେ ଗ୍ରାହକ ବିଦ୍ୟୁତ୍‌‌ଚାଳିତ ଦାନ୍ତଘଷା ବ୍ରଶ୍ ବରାଦ କରିଥିଲେ, କିନ୍ତୁ ପ୍ୟାକେଟ୍‌ରେ ଆସିଥିଲା ‘ତରକାରୀ ମସଲା’। ଅନ୍-ଲାଇନ୍ ଠକେଇର ଶୀଘ୍ର ସମାଧାନ ନ କରାଗଲେ, ଗ୍ରାହକ ମହଲ ପୁଣି ଦୋକାନ ମୁହାଁ ହେବା ନିଶ୍ଚିତ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories