www.samajalive.in
Saturday, December 6, 2025
16.1 C
Bhubaneswar

ଏବେ କାଗଜରେ ସିଝିବ ଅଣ୍ଡା

ଅଣ୍ଡା ସିଝାଇବା ପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାର ବିଦ୍ୟୁତ୍ ଉପକରଣ ମିଳୁଛି। ଗରମ ପାଣିରେ ଅଣ୍ଡା ସିଝାଇବା ବ୍ୟତୀତ ବଜାରରେ ବିକ୍ରି ହେଉଥିବା ଏଭଳି କେତୋଟି ନିର୍ଦିଷ୍ଟ ଉପକରଣରେ ଅଣ୍ଡା ସହଜରେ ଓ କମ୍ ସମୟରେ ସିଝିଯାଏ। ନିକଟରେ ଲଣ୍ଡନ ବିଶେଷଜ୍ଞ ଦଳ ଅତ୍ୟନ୍ତ ସହଜ ଉପାୟରେ ଅଣ୍ଡା ସିଝାଇବା ପ୍ରଣାଳୀ ଉପରେ ଗବେଷଣା କରି ସଫଳ ହୋଇଛନ୍ତି। ଏଥିପାଇଁ ସେମାନେ କିଛି ମାସ ଗବେଷଣା କରି ପ୍ରକାଶ କରିଛନ୍ତି ଯେ ଏକ ସ୍ବତନ୍ତ୍ର ପ୍ରକାର କାର୍ଟୁନ୍‌ରେ ଅଣ୍ଡାଗୁଡ଼ିକୁ ରଖିଦେଲେ, ଅଣ୍ଡା ଆପେ ଆପେ ସିଝିଯିବ। ବିଶେଷଜ୍ଞ ଦଳ କାର୍ଟୁନ୍ ଭିତରେ ଏକ ରାସାୟନିକ ପଦାର୍ଥର ପ୍ରଲେପ ଦେଇଥିଲେ।

 

- Advertisement -

ଏହି ରାସାୟନିକ ପଦାର୍ଥ ଗରମ ବାମ୍ଫ ସୃଷ୍ଟି କରିବା ଦ୍ବାରା କାର୍ଟୁନ୍ ଭିତରେ ଥିବା ଅଣ୍ଡା ସିଝିଥିଲା। ମାତ୍ର ୨-୩ ମିନିଟ୍ ଭିତରେ ଅଣ୍ଡା ସିଝୁଥିବାରୁ ଲୋକଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି। କାର୍ଟୁନ୍‌ର ନାମ ‘ଗୋଗୁଲ ମୋଗୁଲ’ ରଖାଯାଇଥିବା କହିଛନ୍ତି ଗବେଷକ ମୁଖ୍ୟ। କାର୍ଟୁନ୍‌ର ବାହ୍ୟ ଆବରଣ କାଗଜବୋର୍ଡରେ ତିଆରି ଓ ଏହା ଭିତରେ ୩ସ୍ତର ଆବରଣ ରହୁଛି। ପ୍ରଥମ ଆବରଣରେ କ୍ୟାଲସିୟମ୍ ହାଇଡ୍ରୋଅକ୍ସାଇଡ୍ ସହିତ ଅନ୍ୟ କେତେକ ରାସାୟନିକ ପଦାର୍ଥ, ଦ୍ବିତୀୟ ସ୍ତରରେ ଜଳ ରହିବ। ତା’ ମଝିଭାଗରେ ଏକ କାଗଜ ପଟି ରହିବ, ଯାହାକୁ ବାହାର ପାଖକୁ ଟାଣିବା ମାତ୍ରେ ଉକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପାଣି ଆସି ଗରମ ହୁଏ ଓ କାର୍ଟୁନ୍ ଭିତରେ ଥିବା ଅଣ୍ଡା ସହଜରେ ସିଝିଯିବ। ପରୀକ୍ଷାମୂଳକ ଭାବେ ଏହାର ପ୍ରୟୋଗ ହୋଇସାରିଛି। ବିଶେଷଜ୍ଞ ଦଳ କହିଛନ୍ତି, ଏଭଳି ଉପାୟରେ କାର୍ଟୁନ୍‌କୁ ମାତ୍ର ଦୁଇଥର ବ୍ୟବହାର କରାଯାଇପାରୁଛି। କାର୍ଟୁନ୍‌‌କୁ ଅଧିକ ଥର ବ୍ୟବହାର କରିବା ଲକ୍ଷ୍ୟରେ ସେମାନେ ଗବେଷଣା ଜାରି ରଖିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories