www.samajalive.in
Friday, December 5, 2025
16.1 C
Bhubaneswar

ସବୁ ସୁଭଦ୍ରା ହିତାଧିକାରୀଙ୍କୁ ୬୦ ପରେ ମିଳିବନି ବାର୍ଦ୍ଧକ୍ୟ ଭତ୍ତା

ଭୁବନେଶ୍ୱର: ୬୦ବର୍ଷ ପରେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ୁଥିବା ସବୁ ମହିଳାଙ୍କୁ ସହଜରେ ମିଳିବ ନାହିଁ ବାର୍ଦ୍ଧକ୍ୟ ଭତ୍ତା। ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାକୁ ହେବ। ଭତ୍ତା ପାଇଁ ଏବେ ୬ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଆବେଦନ କରି ଅପେକ୍ଷାରେ ଥିବାରୁ ସ୍ଥାନ ଖାଲି ହେଲେ ଯାଇ ୬୦ ବର୍ଷରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଭତ୍ତାରେ ସାମିଲ କରାଯାଇପାରିବ। ସୁଭଦ୍ରା ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ପ୍ରାବଧାନ ନାହିଁ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପତ୍ର ଲେଖି ଜଣାଇ ଦିଆଯାଇଛି। ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି ଯେ ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟିର ନିଷ୍ପତ୍ତି ଅନୁସାରେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ୬୦ ବର୍ଷରୁ ଅଧିକ ନାଗରିକ ଆବେଦନ କରିପାରିବେ। କିନ୍ତୁ ସେମାନେ ଭତ୍ତା ପାଇବା ପାଇଁ ସମସ୍ତ ଯୋଗ୍ୟତା ବହନ କରୁଥିବା ଆବଶ୍ୟକ। ଏଥିସହ ସ୍ଥାନ ଖାଲି ଥିବା ମଧ୍ୟ ଜରୁରୀ।
ଜୀବନଜୀବିକା ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ସରକାର ଅଗ୍ରାଧିକାର ଭିତ୍ତିରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଛନ୍ତି। ସୁଭଦ୍ରା ଯୋଜନାର ହିତାଧିକାରୀମାନେ ସରକାରୀ ସହାୟତା ଲାଭ କରି ସାରିଛନ୍ତି। କିନ୍ତୁ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସୁଭଦ୍ରା ହିତାଧିକାରୀଙ୍କଠାରୁ ଅଧିକ ଆବଶ୍ୟକତା ମଧ୍ୟ‌େ‌ର ଅଛନ୍ତି। ସେମାନଙ୍କ ବୟସ ବି ୬୦ରୁ ଯଥେଷ୍ଟ ଅଧିକ ମଧ୍ୟ ହେଲାଣି। ସୁଭଦ୍ରାର ପୂର୍ବତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି)ରେ ସାମିଲ କରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ତେଣୁ ୬୦ ବର୍ଷ ଅତିକ୍ରାନ୍ତ ପରେ ସୁଭଦ୍ରା ଯୋଜନାରୁ ବିଦାୟ ନେଉଥିବା ହିତାଧିକାରୀମାନେ ଅନ୍ୟ ସାଧାରଣ ହିତାଧିକାରୀଙ୍କ ଭଳି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିପାରିବେ। ଯାଞ୍ଚ ପରେ ସେମାନେ ଯୋଗ୍ୟ ବିବେଚିତ ହେଲେ ଭତ୍ତା ପ୍ରଦାନ କରାଯିବ ବୋଲି ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ୧ କୋଟିରୁ ଅଧିକ ମହିଳାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନାରେ ସାମିଲ କରିଛି। ସେମାନଙ୍କ ମଧ୍ୟରୁ ଲକ୍ଷାଧିକ ମହିଳା ୬୦ ବର୍ଷ ଅତିକ୍ରାନ୍ତ କରୁଥିବାରୁ ସୁଭଦ୍ରା ଯୋଜନାରୁ ବାଦ୍ ପଡୁଛନ୍ତି। ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ସେମାନଙ୍କ ତାଲିକା ଏସ୍‌ଏସ୍‌ଇପିଡି ବିଭାଗକୁ ପଠାଇ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ ଜୁଲାଇ ମାସରେ ଘୋଷଣା କରିଥିଲେ। ସୁଭଦ୍ରା ହିତାଧିକାରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ଅନ୍ୟ ସାଧାରଣ ହିତାଧିକାରୀଙ୍କ ଭଳି ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆବେଦନ କରିବାକୁ ହେବ ବୋଲି ଏସ୍‌ଏସ୍‌ଇପିଡି ବିଭାଗ ସ୍ପଷ୍ଟ କରିଦେଇଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories