ନୂଆଦିଲ୍ଲୀ- ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡ଼ିତ ଦୁଇ ଅପରାଧି ନିହତ । ବୁଧବାର ଗାଜିଆବାଦର ଟ୍ରୋନିକା ସିଟିରେ ଏକ ଏନକାଉଣ୍ଟରରେ ଏହି ଦୁଇ ଅପରାଧି ନିହତ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ଦିଲ୍ଲୀ ପୁଲିସ କ୍ରାଇମ ଇଣ୍ଟେଲିଜେନ୍ସ ଯୁନିଟ ଏବଂ ହରିୟାଣା ଏସଟିଏଫର ମିଳିତ ଅପରେସନରେ ଏହି ଏନ୍କାଉଣ୍ଟର ହୋଇଥିଲା ।
ଉତ୍ତରପ୍ରଦେଶ ପୁଲିସ ଅନୁସାରେ, ରୋହିତ ଗୋଦାରା-ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗର ସଦସ୍ୟ ଥିବା ଏହି ଦୁଇ ବ୍ୟକ୍ତି ରବିନ୍ଦ୍ର ଓରଫ କଲ୍ଲୁ ଏବଂ ଅରୁଣ ବୋଲି ଚିହ୍ନଟ କରାଯାଇଛି। କଲ୍ଲୁ ହରିୟାଣାର ରୋହତକର ବାସିନ୍ଦା । ଅରୁଣ ସୋନିପତର ବାସିନ୍ଦା ବୋଲି ଜଣାପଡିଛି ।
ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରବିନ୍ଦ୍ର ହରିୟାଣାର ଫତେହାବାଦରେ ପୁଲିସ ଉପରେ ଗୁଳିମାଡ଼ କରିଥିବା ଅନ୍ୟ ଏକ ମାମଲାରେ ଜଡ଼ିତ ଥିଲା । ସେ ପୂର୍ବରୁ ଅନେକ ଅନ୍ୟ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ରହିଛି ।
ଗୁଳିକାଣ୍ଡ ସ୍ଥାନରୁ ଅପରାଧୀଙ୍କ ବ୍ୟବହୃତ ଏକ ଆପାଚୀ ବାଇକ, , ପିସ୍ତଲ, ଏବଂ ପ୍ରଚୁର ପରିମାଣର କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି



