www.samajalive.in
Sunday, December 14, 2025
26.1 C
Bhubaneswar

ରେଭେନ୍ସା ବିଶ୍ଵବିଦ୍ୟାଳୟ ଏନ୍ଏସଏସ ବ୍ୟୁରୋ ଦ୍ବାରା ବୃକ୍ଷ ରୋପଣ ଅଭିଯାନ

କଟକ:ରେଭେନ୍ସା ବିଶ୍ଵବିଦ୍ୟାଳୟ ଏନ୍ଏସଏସ ବ୍ୟୁରୋ ଦ୍ବାରା ଏକ ମେଗା ବୃକ୍ଷ ରୋପଣ ଅଭିଯାନ “ଏକ ପେଡ ମାଆ କେ ନାମ” ଅନୁଷ୍ଠିତ ହୋଇଥିଲା। ବିଶ୍ଵବିଦ୍ୟାଳୟ ପିଜି କାଉନସିଲର ଚେୟାରମାନ ପ୍ରଫେସର ଧର୍ମବ୍ରତ ମହାପାତ୍ର ବୃକ୍ଷ ରୋପଣ କରି ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ଶତାଧିକ ଏନ୍ଏସଏସ ସ୍ବେଚ୍ଛାସେବୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନର କଟକ ଜିଲ୍ଲା ସଭାପତି ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ବୃକ୍ଷକୁ ” ପ୍ରେମ ତରୁ” ଭାବେ ଶ୍ରଦ୍ଧାର ସହ ରୋପଣ କରି ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମକୁ ଏନ୍ ଏସ ଏସ ସଂଯୋଜକ ଡକ୍ଟର ବି ସି ଦାସ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିବ ଶଙ୍କର ସାହୁ, କାଶ୍ମୀରା ମୂର୍ମୂ , ରୋଜୀ ମେହେର ପରିଚାଳନା କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories