www.samajalive.in
Sunday, December 14, 2025
17.1 C
Bhubaneswar

ମୋହନା ସିଏଚସି ପରିଦର୍ଶନ କରି ପି.ଗୋବିନ୍ଦପୁର ଝାଡାବାନ୍ତି ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ମୋହନା :  ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ସିଏଚସି) ପରିଦର୍ଶନରେ ଆସି ସ୍ୱାସ୍ଥ୍ୟକେନ୍ଦ୍ରରେ ପି.ଗୋବିନ୍ଦପୁର ଗ୍ରାମରେ ଲାଗିରହିଥିବା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କୋଠରୀ ବୁଲି ଦେଖିଛନ୍ତି। ସ୍ଵାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ନମିତା ପଣ୍ଡାଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ। ଡାକ୍ତର ପଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ରହିବା ପାଇଁ କୋଠରୀର ଅଭାବ, ପାନୀୟ ଜଳର ଅଭାବ, ପାଇଖାନା ଗୃହର ଅଭାବ, ବିପଦସଙ୍କୁଳ କୋଠା, ଲେବର ରୁମର ଅଭାବ, ପ୍ରସୂତିଙ୍କ ପାଇଁ ବିଶ୍ରାମ ଗୃହ , ସ୍ୱାସ୍ଥ୍ୟ କର୍ମଚାରୀମାନେ ରହୁଥିବା ବିପଦସଙ୍କୁଳ ଆବାସ,୧୫ ବର୍ଷରୁ ଦୀର୍ଘ ଦିନ ଧରି ବଦଳି ନ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ୍ଡା ଜମାଇ ରହିଥିବା ଷ୍ଟାଫ ନର୍ସ ଓ ଅନ୍ୟ କିଛି କର୍ମଚାରୀଙ୍କୁ ବଦଳି କରାଯିବା ଆଦି ସମସ୍ୟା ବିଷୟରେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଉପଜିଲ୍ଲାପାଳ ଡାକ୍ତରମାନଙ୍କ ଉପସ୍ଥାନ ଖାତା ଓ କିଛି ନଥିପତ୍ର ତନଖି ଥିଲେ।
ଏହାପରେ ଗଣମାଧ୍ୟମ ପ୍ରତିନିଧି ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ସମସ୍ୟା ସଂପର୍କରେ ଟିକିନିଖି ତଥ୍ୟ ଜିଲ୍ଲାପାଳଙ୍କୁ ଦେଇ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories