www.samajalive.in
Sunday, December 14, 2025
17.1 C
Bhubaneswar

ଜୟନାରାୟଣ ବିରୋଧି ଦଳ ନେତା ହେବା ପରେ ସମ୍ବଲପୁରରେ ସମର୍ଥକଙ୍କ ଉତ୍ସବ ପାଳନ

ସମ୍ବଲପୁର – ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର ଙ୍କୁ ବିଧାନସଭାରେ ବିରୋଧି ଦଳର ନେତା ରୂପେ ଦଳ ଗୁରୁଦାୟିତ୍ୱ ଦେଇଛି । ଶନିବାର ଭୁବନେଶ୍ୱର ଠାରେ ରାଜ୍ୟ ଭାଜପା ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ପୂର୍ବରୁ ବିରୋଧି ଦଳ ନେତା ଥିବା ପ୍ରଦୀପ୍ତ ନାଏକ ଶାରିରୀକ ଅସୁସ୍ଥତା କାରଣରୁ ବିରୋଧି ଦଳ ନେତା ରୁ ଇସ୍ତାଫା ଦେଇଥିଲେ । ଏଣୁ ଦଳ ଶ୍ରୀ ମିଶ୍ର ଙ୍କୁ ଏହି ଗୁରୁଦାୟିତ୍ୱ ଶ୍ରୀ ନାଏକ ଙ୍କ ସ୍ଥାନରେ ପ୍ରଦାନ କରିଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବାରୁ ସେ ଏବେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧିନ ରହିଛନ୍ତି । ଅପର ପକ୍ଷରେ ଏହି ଖବର ମିଳିବା ପରେ ସମ୍ବଲପୁର ଠାରେ ଜୟନାରାୟଣ ମିଶ୍ରଙ୍କ ସମର୍ଥକ ମାନେ ଜିଲା କାର୍ଯ୍ୟାଳୟ ଠାରେ ବାଣ ଫୁଟାଇବା ସହିତ ମିଷ୍ଟାନ୍ନ ବଣ୍ଟନ କରି ଖୁସି ଜାହିର କରିଥିଲେ । ଶ୍ରୀ ମିଶ୍ରଙ୍କୁ ବିରୋଧି ଦଳର ନେତା ରୂପେ ଦାୟିତ୍ୱ ମିଳିବା ପରେ ବିଧାନସଭାରେ ଏବେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଭାଜପା କଡା ଜବାବ ଦେବା ସହିତ ଘେରିବ ବୋଲି ସମର୍ଥକ ମାନେ ଆଶାବ୍ୟକ୍ତ କରୁଛନ୍ତି ।

ବିରୋଧି ଦଳର ନେତା ହେବା ପରେ ଶ୍ରୀ ମିଶ୍ର କହିଛନ୍ତି ଯେ ଏହା ଏକ ଗୁରୁଦାୟିତ୍ୱ, ତେଣୁ ପାରୁ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି । ଏଥି ପାଇଁ ସେ କେନ୍ଦ୍ରୀୟ ନେତୃବୃନ୍ଦ ଓ ବିଧାୟକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ ଗଠନ ମୂଳକ ବିରୋଧୀ ଦଳ ରୂପେ କାର୍ଯ୍ୟ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories