bjd gruha runa

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ଅନୁଧ୍ୟାନ କଲେ ଉଚ୍ଚପଦସ୍ଥ ଅଧିକାରୀ

BJD Bijuli 480×75 Mob

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ଖଣି ନିଗମ ପରିଚାଳନା ଅଧିକାରୀ ବଲୱନ୍ତ ସିଂହ ଏବଂ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ସୁଆଣ୍ଡୋକୁ ନୂଆ ରୂପରେ ଲୋକେ ଦେଖିବେ । ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ବିଭିନ୍ନ ଅଧିକାରୀଙ୍କ ଘନଘନ ସୁଆଣ୍ଡୋ ଗସ୍ତ ହେଉଛି । ମଙ୍ଗଳବାର ଏକ ଦଶଜଣିଆ ଅଧିକାରୀ ଦଳ ସୁଆଣ୍ଡୋ ଆସିଥିଲେ । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପୁରାତନ ବାସଭବନ ସଠିଘର ସଂପୂର୍ଣ୍ଣ ମାଟିରେ ନିର୍ମାଣ ହେଉଥିବା ବୁଲି ଦେଖି ଖୁସିବ୍ୟକ୍ତ କରିଥିଲେ। ମ୍ୟୁଜିୟମ ଗୃହ, ଶିଶୁଙ୍କ ପାଇଁ ପାର୍କ, ପୁଷ୍କରିଣୀ ବୁଲି ଦେଖିଥିଲେ ।

ସେହିପରି ପାଚେରୀ ପାର୍ଶ୍ୱରେ ପରିକ୍ରମା ମାର୍ଗ ସହିତ ଆଲୋକିକରଣ କରାଯିବାକୁ ନିର୍ଦ୍ଦେଶକ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ପଣ୍ଡିତ ଗୋପବନ୍ଧୁଙ୍କ ବ୍ୟବହୃତ ସାମଗ୍ରୀଗୁଡିକୁ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହ କରିବା ପାଇଁ ଏକ ପ୍ରତିନିଧି ଦଳ ଯିବେ ବୋଲି ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ କହିଥିଲେ । ମ୍ୟୁଜିୟମ ପରିସରରୁ ଜଳ ନିସ୍କାସନ ପାଇଁ ହ୍ୟୁମ ପାଇପ ପକାଯାଇଛି। ଗ୍ରାମ ରାସ୍ତା ଖୁବ ଶିଘ୍ର ଆରମ୍ଭ କରାଯିବ ବୋଲି ଓଡିଶା ସେତୁ ଓ ନିର୍ମାଣ ନିଗମ କାର୍ଯ୍ୟ ନିର୍ବାହୀ ସାଧାରଣ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର କହିଥିଲେ। ଗ୍ରାମ ଶିବମନ୍ଦିର ନିର୍ମାଣ କାମ ଅକ୍ଟୋବର ମାସ ସୁଦ୍ଧାଶେଷ ହେବ ବୋଲି ଶିଳ୍ପୀ ତ୍ରିନାଥ ମହାରଣା କହିଥିଲେ । ତିନିଦିନ ମଧ୍ୟରେ ଗାଡ଼ି ପାର୍କିଂ ପାଇଁ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ମାପଚୁପ କରାଯାଇ ପାଚେରୀ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂହ କହିଥିଲେ । କେନାଲବନ୍ଧ ରାସ୍ତାରେ ୨ ଶହ ମିଟର ରାସ୍ତା ନିର୍ମାଣରେ କାହିଁକି ବିଳମ୍ବ ହେଉଛି ବୋଲି ଶ୍ରୀ ସିଂହ ପଚାରି ବୁଝିଥିଲେ । ଜମି ଅଧିଗ୍ରହଣରେ ସମସ୍ୟା ରହିଥିଲା, ଏବେ ତାହା ସମାଧାନ ହୋଇଯାଇଛି। ୭ଦିନ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ପୂର୍ତ୍ତବିଭାଗ ଉପଖଣ୍ଡ ଅଧିକାରୀ ଶଶିଭୂଷଣ ମହାନ୍ତି କହିଥିଲେ । ଭୂତଳ ବିଜୁଳି ଲାଇନ ପାଇଁ ବ୍ୟୟ ଅଟକଳ ଆସିଲେ କାମ ଆରମ୍ଭ କରାଯିବ ବୋଲି ଓବିସିସି ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ କହିଥିଲେ । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ୟ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ । ଅନ୍ୟମାନଙ୍କ ଓଡିଶା ଖଣି ନିଗମ ପରିଚାଳନା ନିର୍ବାହୀ କାର୍ମିକ ଆଲୋକ କୁମାର ପାଳ, ଅତିରିକ୍ତ ଜିଲାପାଳ ସୁବାସ ନାଥଶର୍ମା ଆର୍ଥିକ, ଟାଟା କନସଲଟାନସ ସନ୍ତୋଷ କୁମାର ମହାପାତ୍ର, ଇଂ ଶୁଭମ ପାତ୍ର, ଇଂ ପ୍ରମୋଦ କୁମାର ନାୟକ ଓ ଆରଆଇ, ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକଳ୍ପର ନିର୍ମାଣ ଅଗ୍ରଗତି ଦେଖି ଅଧିକାରୀମାନେ ଖୁସି ବ୍ୟକ୍ତ କରିଥିଲେ ।

Comments are closed.