ଜୈବିକ ସାର କାରଖାନା ଉପରେ ଚଢ଼ାଉ, ନମୂନା ଯାଞ୍ଚ ପାଇଁ ପଠାଗଲା ପରୀକ୍ଷାଗାର
ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ନିକଟରେ ଅବସ୍ଥିତ ଜୈବିକ ସାର କାରଖାନା ଗ୍ଲେୟାର କେମିକାଲ କମ୍ପାନୀ ଉପରେ ଆଜି କୃଷି ବିଭାଗ ତରଫରୁ ଚଢ଼ାଉ କରାଯାଇଅଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ , ପୁରୀ ଜିଲା ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ, ସାକ୍ଷୀଗୋପାଳ କୃଷି ଜିଲା ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ, ବ୍ଲକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ଓ ସହକାରୀ କୃଷି ଅଧିକାରୀ ହୃଦାନନ୍ଦ ରାୟ ପ୍ରମୁଖ ଏହି ଚଢ଼ାଉ କରିଥିଲେ l ଏହି ଚଢ଼ାଉ ସମୟରେ ପୁରୀ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଓ ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର ଜୈବିକ ସାର କାର୍ଯ୍ୟାଳୟ ଅଧିକାରୀ ସରୋଜ କୁମାର ଦାସ, ପୁରୀ ଜିଲା କୃଷି କାର୍ଯ୍ୟାଳୟର ଭାରତୀ ମଲ୍ଲ ଓ ହୃଦାନନ୍ଦ ସାମନ୍ତରାୟ ପ୍ରମୁଖ କାରଖାନା ପରିସରରେ ପ୍ରସ୍ତୁତ ହୋଇଥିବା ଜୈବିକ ସାରର ନମୂନା ସଂଗ୍ରହ କରିଥିଲେ। ଏହି ଜବତ ସାର ପରୀକ୍ଷାଗାର ନିଆଯାଇ ସେଠାରେ ପରୀକ୍ଷା କରାଯିବ। ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀ ସୂଚନା ଦେଇଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏଠାରେ ଦୀର୍ଘ ଦିନ ହେବ ଜୈବିକ ସାର ପ୍ରସ୍ତୁତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଧ୍ୟମରେ କୃଷକମାନଙ୍କୁ ବିକ୍ରୟ କରା ଯାଉଛି। ହୋଇଥିଲେ।
Comments are closed.