www.samajalive.in
Monday, December 15, 2025
15.1 C
Bhubaneswar

ଅଗ୍ନି କାଣ୍ଡରେ ଜଳିଗଲା ଦୁଇ ବଖରା ଘର

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କଳାପାହାଡ଼ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଗ୍ନି କାଣ୍ଡରେ ଘଟି ଗୋଟିଏ ଗାଈ ପୋଡିଯାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ଟି ଗାଈ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ତ୍ରିନାଥ ମହାରଣା ଓ ବିଶ୍ୱନାଥ ମହାରଣାଙ୍କ ଗୁହାଳ ଘରେ ଘସି ଧୁଆଁ ଲଗା ଯାଇଥିଲା। ସେଥିରୁ ନିଆଁ ଉଠି ଚାଳରେ ଲାଗି ଯାଇଥିଲା ବୋଲି କୁହାଯାଉଛି । ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ସେମାନେ ଗୁହାଳରେ ଥିବା ଗାଈଗୁଡ଼ିକୁ  ଉଦ୍ଧାର କରିବା ସହିତ ନିଆଁ ଲିଭାଇ ଥିଲେ। ଖବର ପାଇ ସତ୍ୟବାଦୀ ଅଗ୍ନି ଶମ ବିଭାଗ ପକ୍ଷରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଦୁଇ ବଖରା ଗୁହାଳ ଘର ସଂପୂର୍ଣ୍ଣ ଜଳିଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories