www.samajalive.in
Monday, December 15, 2025
16.1 C
Bhubaneswar

ଲକ ଡାଉନ୍ ପରିଚାଳନା ପାଇଁ ନୋଡାଲ ଅଫିସରଙ୍କ ଯୋଗଦାନ ; ଗ୍ରହଣ କଲେ ତ୍ଵରିତ କାର୍ଯ୍ୟାନୁଷ୍ଠାନ

ସୁଆଣ୍ଡୋ : ଲକ ଡାଉନ ପରିଚାଳନା ପାଇଁ ପୁରୀଜିଲା ସତ୍ୟବାଦୀବ୍ଲକରେ ସ୍ଵତନ୍ତ୍ର ଅଧିକାରୀ ଭାବେ ସୂର୍ଯ୍ୟବଂଶୀ ମୟୂର ପ୍ରକାଶ ଯୋଗଦାନ କରିଛନ୍ତି ।  ବ୍ଲକ ଅଧିକାରୀଙ୍କ ସହିତ  ଥାନା ଓ ବ୍ଲକ କାର୍ଯାୟଳୟ ସେ ବୁଲି ଦେଖିଥିଲେ । ଏହାପରେ ସାକ୍ଷୀଗୋପାଳ ବଜାର ବ୍ୟବସାୟ ପ୍ରତିଷ୍ଠାନ ବିଭିନ୍ନ ବ୍ୟାଙ୍କ ଡାକ୍ତରଖାନା ନିୟନ୍ତ୍ରିତ ବଜାର କମିଟି ଆଦି ପରିଦର୍ଶନ କରିଥିଲେ । ସାମାଜିକ ଦୂରତା ରକ୍ଷା ଉପରେ ଅଧିକାରୀ ଗୁରୁତ୍ଵାରୋପ କରିଥିଲେ। ବ୍ୟାଙ୍କ ଆଗରେ ଖରା ତାପ ନିୟନ୍ତ୍ରଣ ପାଇଁ ଟେଣ୍ଟ ବାନ୍ଧିବା ବ୍ୟାଙ୍କ ପରିସରରେ ଚାରିଜଣ ଗ୍ରାହକ ରହିପାରିବେ ବୋଲି ମାନେଜରଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ବଜାରରେ ପରିବା ବିକାଳି ଓ ଠେଲା ଗାଡି ବେପାରୀ ମାନେ ଶନିବାର ଠାରୁ ନିୟନ୍ତ୍ରିତ ବଜାର ପରିସରରେ ବସି  ବ୍ୟବସାୟ କରିବେ ବୋଲି ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଇଥିଲା । ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ବିଡିଓ ସରୋଜ କୁମାର ଦତ୍ତ ଆଇଆଇସି ଦେବୀପ୍ରସାଦ ପାତ୍ର ସହକାରୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ଶତପଥୀ ଜିପିଓ ମଣ୍ଟୁ ସ୍ୱାଇଁ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ହିସାବ ନିରୀକ୍ଷକ ଜଗତଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories