www.samajalive.in
Sunday, December 7, 2025
26.1 C
Bhubaneswar

ହାଟ ତ ବନ୍ଦ ହେଲା ପରିବା ବିକିବୁ କାହାକୁ

ସୁଆଣ୍ଡୋ : ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ ଡାଉନ ହୋଇଛି । ଏହି ଲକ୍ ଡାଉନ ସମୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ହାଟ ମାନଙ୍କୁ ବନ୍ଦ କରାଯାଇଛି। କାରଣ ହାଟ ମାନଙ୍କରେ ସମାଜିକ ଦୂରତ୍ଵ ପାଳନ ହେଉନଥିଲା। ଏହି କ୍ରମରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସତ୍ୟବାଦୀବ୍ଲକ ର ଗବକୁଣ୍ଡ, ଇନ୍ଦିପୁର, ସାରଙ୍ଗଯୋଡି, ନଳିତାପହଣ୍ଡିର ସାପ୍ତାହିକ ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ସପ୍ତାହର ବିଭିନ୍ନ ବାର ଅନୁସାରେ ଏହି ହାଟ ବସିଥାଏ । ଚାଷୀମାନେ ନିଜ ବିଲ ବାଡିରେ କରିଥିବା ପନିପରିବା ସବୁ ହାଟ ମାନଙ୍କରେ ବିକ୍ରି କରିଥାନ୍ତି । ପୁରୀ ଚନ୍ଦନପୁର ଚାଷୀମାନେ ଉତ୍ପାଦନ କରୁଥିବା ପରିବା ସାକ୍ଷୀଗୋପାଳ ଭୁବନେଶ୍ବର ଆଦି ସହରର ପରିବା ବେପାରୀ ମାନେ କିଣି ନେଇଥାନ୍ତି । ସେହିପରି ସ୍ଥାନୀୟ ଖାଉଟି ମାନେ ମଧ୍ୟ ପରିବା ପାଇଁ ଏହି ହାଟ ଉପରେ ନିର୍ଭର କରନ୍ତି । କରୋନା ସଂକ୍ରମଣ ରୋକିବାକୁ ସମାଜିକ ଦୂରତା ରଖିବା ସରକାରୀ ସ୍ତରରେ ସଚେତନ କରାଗଲା । ହେଲେ କେତେକ ଅମାନିଆ ଲୋକ ନିୟମ କାନୁନ ମାନି ନଥିଲେ । ଗୋଷ୍ଠୀ ସଂକ୍ରମଣ ନହେବା ପାଇଁ ପ୍ରଶାସନ ହାଟ ଗୁଡିକ ବନ୍ଦ କରିଦେଲେ । ଏବେ ଚାଷୀର ବିଲରେ ଫସଲ ନଷ୍ଟ ହୋଇଯାଉଛି ତେଣେ ଖାଉଟି ପରିବା କିଣିବାକୁ ପାଉନାହାନ୍ତି । ପୋଲିସ ଭୟରେ ବାଇକ ଡାଲାଅଟୋ ଦ୍ଵାରା ବ୍ୟବସାୟୀ ମାନେ ପରିବା କିଣି ସହରକୁ ନେଇ ପାରୁନାହାନ୍ତି । ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ପ୍ରଶାସନ ତରଫରୁ ଏହି ପରିସ୍ଥିତିର କିପରି ସମାଧାନ କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ସବୁସ୍ତରରୁ ଦାବି ହେଉଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories