ସୁଆଣ୍ଡୋ : ଗୁରୁବାର ଉତ୍କଳମଣି ଗୋପବନ୍ଧୁଙ୍କର ଜନ୍ମମାଟି ସୁଆଣ୍ଡୋ ନିକଟ କେନାଲବନ୍ଧ ରାସ୍ତାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଛି । ଉକ୍ତ ରାସ୍ତା ପାଇଁ ଜଳସଂପଦ ବିଭାଗ ପକ୍ଷରୁ ଏକ କୋଟି ଅଶି ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। କଳାପାହାଡ ଠାରୁ ପାର୍ବତୀପୁର ୩, ୭୨୦କି.ମି ରାସ୍ତା ପିଚୁ କରାଯିବ ବୋଲି ଉପଖଣ୍ଡ ଅଧିକାରୀ ଲକ୍ଷ୍ମିଧର ବିଶ୍ୱାଳ କହିଛନ୍ତି। ଚାରିମାସ ମଧ୍ୟରେ ରାସ୍ତାର ନିର୍ମାଣ ସରିବ ବୋଲି ନିର୍ବାହୀଯନ୍ତ୍ରୀ ଶଶିଭୂଷଣ ମିଶ୍ର କହିବା ସହ କଳାପାହାଡ ନିକଟରେ ଥିବା ବ୍ରିଜର ସଂପ୍ରସାରଣ କରାଯିବ ବୋଲି କହିଥିଲେ ।
Popular Categories



