ସରକାରୀ ମେଧାବୃତ୍ତି ପାଇଥିବା ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର କାବ୍ୟେଶ ବେହେରା ବ୍ଲକରେ ୧ମ ସ୍ଥାନ , ଝରଣା ମହାନ୍ତ ୩ୟ ସ୍ଥାନ ,ଅର୍ଚ୍ଚିତା ମହାନ୍ତ ୫ମ ସ୍ଥାନ ଅଧିକାର କରି ପଞ୍ଚମ ଶ୍ରେଣୀ ମେଧାବୃତ୍ତିରେ ସଫଳତା ପାଇଥିବାରୁ ବିଦ୍ୟାଳୟ ପରିସରରେ ସେମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଟାଟା ଷ୍ଟିଲର ଅବସରପ୍ରାପ୍ତ କେମିଷ୍ଟ ନିର୍ମଳ ଚନ୍ଦ୍ର ବେହେରା ଏହି ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ସହ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଦୀପ କୁମାର ସାହୁ , ବିଦ୍ୟାଳୟର ଶୁଭେଛୁ ସତ୍ୟବାଦୀ ସାହୁ , ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ , ବିଦ୍ୟାଳୟର ପରୀକ୍ଷା ପ୍ରମୁଖ ସୁଢଳ ଗିରି , ବରିଷ୍ଠା ଆଚାର୍ଯ୍ୟl ଦେବକୀ ମହାନ୍ତ, ଅଭିଭାବିକା ସହିତ ଅନ୍ୟ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।
Comments are closed.