ଅଙ୍ଗନବାଡି କେନ୍ଦ୍ର ଅଣ୍ତାରେ ପୋକ ଅଭିଯୋଗ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଉଦୟପୁର ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇଥିବା ଅଣ୍ତାରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଅଙ୍ଗନବାଡି କେନ୍ଦ୍ରରେ ୧୫ରୁ ୧୯ ବର୍ଷର ୭ ଜଣ କିଶୋରୀ ମାନଙ୍କୁ ବୁଟ, ମୁଢି, ଅଣ୍ଡା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କିଶୋରୀ ଘରକୁ ଅଣ୍ଡା ନେଇ ଭାଙ୍ଗିଲା ବେଳେ ସେଥିରେ ପୋକ ବାହାରିଥିବା ଅଙ୍ଗନବାଡି କେନ୍ଦ୍ରକୁ ଜଣାଇଥିଲେ। ଏ ବିଷୟରେ ସିଡିପିଓ ନିବେଦିତା ରାୟଙ୍କୁ ଯୋଗାଯୋଗ କରିବାରେ ଅଙ୍ଗନବାଡି କେନ୍ଦ୍ରରୁ ଆଜି ସଂପୃକ୍ତ କିଶୋରୀ ଅଣ୍ତା ନେଇଥିଲେ। ହେଲେ ସଂପୃକ୍ତ ହିତାଧିକାରୀ ଘରକୁ ଅଣ୍ଡା ନେଇ ଭାଙ୍ଗିଲା ବେଳେ ତାହା ତଳେ ପଡିଯାଇଥିଲା ଏବଂ ତାକୁ ସେ ଉଠାଇଥିଲେ। ତେଣୁ ଅଣ୍ଡା ମଧ୍ୟରେ ନା ତଳେ କୌଣସି ପୋକ ଥିଲା ସଠିକ ଭାବରେ କହିହେବ ନାହିଁ। ଆସନ୍ତାକାଲି ଅନ୍ୟ କିଶୋରୀ ମାନେ ନେଇଥିବା ଅଣ୍ଡାଗୁଡିକୁ ଆଣି ଭଙ୍ଗାଯିବା ପରେ ସେଥିରେ ପୋକ ବାହାରିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିପିଓ ଶ୍ରୀମତି ରାୟ ସୂଚନା ଦେଇଛନ୍ତି।
Comments are closed.