ରାଇକିଆ ନାଗରିକ ମଞ୍ଚର ଉତ୍କଳ ଦିବସ ପାଳନ

ରାଇକିଆ: ରାଇକିଆ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ବୁଧବାର ପବିତ୍ର ଉତ୍କଳ ଦିବସ ପାଳନ ହୋଇଛି। ଉତ୍କଳ ପ୍ରଦେଶର ଜନନାୟକଙ୍କୁ ସ୍ମରଣ କରି ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦିପ ପ୍ରଜ୍ବଳନ କରାଯାଇଥିଲ।। ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ସତ୍ୟବାଦୀ ପାତ୍ର, ମୂଖ୍ୟ ବକ୍ତା ଭାବେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅଧ୍ୟାପକ ବେଣୁଧର ମହାପାତ୍ର ଉତ୍କଳ ପ୍ରଦେଶ ଗଠନର ମହତ୍ତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ସଭାପତି ଦୁର୍ଯୋଧନ ଲେଙ୍କାଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
Comments are closed.