www.samajalive.in
Wednesday, December 10, 2025
17.1 C
Bhubaneswar

ଛାତ୍ର ସଂସଦ ନିର୍ବାଚନରେ ହିଂସାରୁ ଦୂରେଇ ରହିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲେ ସ୍ଵେଚ୍ଛାସେବୀ

ସୁଆଣ୍ଡୋ : ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ହେବାକୁ ଥିବା ନିର୍ବାଚନରେ ହିଂସାକୁ ବିରୋଧ କରି ସ୍ୱେଚ୍ଛାସେବୀ ମାନେ ସଚେତନତାର ବାର୍ତ୍ତା ପ୍ରଚାର ଆରମ୍ଭ କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଇଚାରା ରକ୍ଷା କରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଯିବା ପାଇଁ ରୟାଲ ଡେଲାଙ୍ଗ ଟ୍ରିପଲ ଟୁ ( ୨୨୨ ) ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ପୁରୀ ଏସ୍‍ସିଏସ୍‍ କଲେଜ, ଶାହା କଲେଜ, ମହିଳା କଲେଜ ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ରେଳ ଷ୍ଟେସନରେ ଛାତ୍ରଛାତ୍ରୀମାନଙ୍କୁ ଏହି ବାର୍ତ୍ତା ଦେଇଥିଲେ । ଆସନ୍ତା ମାସରେ କଲେଜ ଗୁଡିକରେ ନିର୍ବାଚନ ହେବାକୁ ଯାଉଛି । ଏହି ଜନ ସଚେତନତା କାର୍ୟ୍ୟକ୍ରମ ରାଜ୍ୟର ବିଭିନ୍ନ କଲେଜ ଗୁଡିକରେ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି କାର୍ୟ୍ୟକ୍ରମକୁ ଅବିଭାବକ ଛାତ୍ରଛାତ୍ରୀ ଓ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories