ରାଉରକେଲା: କୋଏଲ ନଦୀରେ ଭାସିଯାଇ ଜଣେ ଛାତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି। ରାଉରକେଲାର ଛେଣ୍ଡକଲୋନୀ ପ୍ରଧାନପାଲି ନିକଟରେ ଭାସିଯାଇ ନିଖୋଜ ହୋଇଛନ୍ତି। ଟିଟିଆଇ ପଢୁଥିବା ୪ ସାଙ୍ଗ ସେଲ୍ଫି ନେବାବେଳେ ଅଘଟଣ ସୂଚନା ମିଳିଛି।
୩ଜଣଙ୍କୁ ଲୋକେ ଉଦ୍ଧାର କରିଥିବାବେଳେ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଛାତ୍ରଙ୍କୁ ଠାବ କରିବା ପାଇଁ ପୁଲିସ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।



