www.samajalive.in
Sunday, December 14, 2025
26.1 C
Bhubaneswar

ଏଟିଏମ ବାହାରେ ଜଗିଲା ସାପ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଏହା କୌଣସି ଫିଲ୍ମ ସିନଠୁ କମ୍ ଲାଗୁନି । ଭିଡିଓରେ ନଜର ଆସୁଛି କି ଜଣେ ବ୍ୟକ୍ତି ଏଟିଏମରୁ ପଇସା ଉଠାଇବାକୁ ଯାଇଛନ୍ତି । କିନ୍ତୁ ବାହାରେ ଏକ ସାପ ଫଣା ମେଲାଇ ତାଙ୍କୁ ଅପେକ୍ଷା କରିଛି । ସାପକୁ ଡରି ବ୍ୟକ୍ତିଜଣକ ଏଟିଏମରୁ ବାହାରକୁ ବାହାରୁନାହାଁନ୍ତି । ବାହାରେ ଥିବା କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ପାଇଁ ସାପକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ତଥାପି ସାପ ସେହି ସ୍ଥାନରୁ ଯାଉନି । ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Balendera Yadav (@balendera.yadav)

- Advertisement -

ଭିଡିଓରେ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କିଛି ୟୁଜର୍ସ ମଜା ଉଡାଇ ନାଗୁଣୀ ପ୍ରତିଶୋଧ ନେବାକୁ ଆସିଥିବା କହୁଛନ୍ତି । କିଛି କମେଣ୍ଟରେ ନାଗୁଣୀ ଏଟିଏମକୁ ପଇସା ଉଠାଇବାକୁ ଆସିଥିବା କହୁଛନ୍ତି । ତେବେ ଭିଡିଓଟି କିଛି ଲୋକଙ୍କୁ ହସର ଖୁରାକ ଯୋଗାଇବା ସହ ଚକିତ ମଧ୍ୟ କରୁଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଭିଡିଓକୁ ଦେଖିସାରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories