ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ ସଂର୍ଘଷ, ଜଣେ ଛାତ୍ର ଆହତ

0

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତ ଛାତ୍ରକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଏହାକୁ ବିଶ୍ୱବିଦ୍ୟାଳୟ ପରିସରରେ ଛକାପଞ୍ଝା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏହି ଘଟଣାରେ ପୁଲିସ ଜଣ ଛାତ୍ରଙ୍କୁ ଥାନାକୁ ଉଠାଇ ନେଇଛି । ଏହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ବିଶ୍ବବିଦ୍ୟାଳୟ ମଧ୍ୟକୁ ଅଣଛାତ୍ର ପ୍ରବେଶ ବନ୍ଦ କରିବାକୁ ଛାତ୍ରଗୋଷ୍ଠୀ ଦାବି କରିଛନ୍ତି ।

Leave A Reply