ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ପରେ ଏବେ ଅହମ୍ମଦାବାଦର ବିଭିନ୍ନ ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ଇମେଲ। ଏହି ଇମେଲ ଜରିଆରେ ସ୍କୁଲ ଗୁଡିକୁ ବୋମାମାଡ କରି ଉଡାଇଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀ ଢାଞ୍ଚାରେ ଅହମ୍ମଦାବାଦର ସ୍କୁଲ ଗୁଡିକୁ ଇମେଲ ପଠାଯାଇଛି। ଯେଉଁ ଡୋମେନରୁ ଇମେଲ ପଠାଯାଇଛି, ତାହା ରୁଷିଆ ଲିଙ୍କ୍ ହୋଇଥିବା ଜଣାପଡିଛି। ଏଭଳି ଧମକପୂର୍ଣ୍ଣ ଇମେଲ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗତ କିଛି ଦିନ ତଳେ ଦିଲ୍ଲୀ ଏନସିଆରର ୨୦୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଥିଲା।
Popular Categories



