www.samajalive.in
Friday, December 5, 2025
17.1 C
Bhubaneswar

ଫ୍ରାନ୍ସରେ ପହଞ୍ଚିଲେ ଜିନ୍‌ପିଙ୍ଗ, ପ୍ୟାରିସରେ ‘ତିବ୍ବତକୁ ମୁକ୍ତ କର’ ନାରା

ପ୍ୟାରିସ: ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ଏହି ସମୟରେ ଉଭୟ ଫ୍ରାନ୍ସ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସମେତ ଅନ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ତେବେ ଜିନ୍‌ପିଙ୍ଗ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ‘ତିବ୍ବତକୁ ମୁକ୍ତ କର’ ନାରା ଶୁଣିବାକୁ ମିଳିଛି। ତିବ୍ବତୀୟ ବିକ୍ଷୋଭକାରୀମାନେ ରାସ୍ତାକୁ ଆସି ଜିନ୍‌ପିଙ୍ଗଙ୍କ ବିରୋଧରେ ନାରା ଦେଇଛନ୍ତି।

ଚୀନର ପିପୁଲ୍‌ସ ରିପବ୍ଲିକ ଅଫ୍‌ ଚାଇନା (ପିଆରସି) ୧୯୫୧ରେ ଚାମ୍‌ଡୋ ଯୁଦ୍ଧ ପରେ ତିବ୍ବତକୁ ଅକ୍ତିଆର କରିଥିଲା। ଚୀନର କମ୍ୟୁନିଷ୍ଟ ପାର୍ଟି ଏହାକୁ ତିବ୍ବତର ଶାନ୍ତିପୂର୍ଣ୍ଣ ମୁକ୍ତି ବୋଲି ଦର୍ଶାଉଥିବାବେଳେ କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ ଏବଂ ବିଦେଶରେ ରହୁଥିବା ତିବ୍ବଦ ନାଗରିକ ଏହାକୁ ଚୀନର ଦାଦାଗିରି ବୋଲି କୁହନ୍ତି। ତେଣୁ ଜିନପିଙ୍ଗ ଫ୍ରାନ୍ସ ଗସ୍ତ କରିବା ଅବସରରେ ସେଠାରେ ରହୁଥିବା ତିବ୍ବତ ନାଗରିକ ତାଙ୍କୁ ପ୍ରବଳ ବିରୋଧ କରିଛନ୍ତି।

- Advertisement -

ଉଲ୍ଲେଖ ଯେ, ଫ୍ରାନ୍ସ ଏବଂ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୬୦ ବର୍ଷ ପୂରଣ ହୋଇଛି। ଗତବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଚୀନ ଗସ୍ତ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories