www.samajalive.in
Sunday, December 7, 2025
13.1 C
Bhubaneswar

ଛାତିରେ ନଡିଆ ପଡି ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ସୋର : ସ୍କୁଲରେ ନଡିଆ ତୋଳୁଥିବା ବେଳେ ଛାତିରେ ନଡିଆ ପଡିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ମା’ ଏହି  ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଏହାସହ ଟାୟାର ଜାଳି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ମୃତ ଛାତ୍ର ଜଣକ ହେଉଛନ୍ତି ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ମାଣିପୁର ଗ୍ରାମର ଯଦୁଦାଥ ବେହେରାଙ୍କ ସାନପୁଅ ଅନରଞ୍ଜନ ବେହେରା (୧୩)।

ସୂଚନାଯୋଗ୍ୟ ଯେ, ଅନରଞ୍ଜନ ମାଣିପୁର ସ୍ଥିତ ମଧୁବନ ନୋଡାଲ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢନ୍ତି। ଗତ ୨୧ତାରିଖ ଦିନ ସେ ସ୍କୁଲକୁ ଯାଉଥିବା ବେଳେ ଶିକ୍ଷକମାନେ ନଡିଆ ତୋଳୁଥିଲେ। ସେହି ସମୟରେ ଅନରଞ୍ଜନଙ୍କ ଛାତିରେ ଏକ ନଡିଆ ପଡି ମାଡ ହୋଇଥିଲା। ଏହାଫଳରେ ତାଙ୍କର ବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଶିକ୍ଷକଙ୍କୁ ସ୍କୁଲ ଫାଟକ ନିକଟରେ ଅଟକ ରଖିଛନ୍ତି।କ

- Advertisement -

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories