ରାଉରକେଲା : ରାଉରକେଲା ସେକ୍ଟର-୨ରେ ଥିବା ଏକ ଘରୁ ବୁଧବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ନୀଳଶୈଳ କଲେଜର ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ପ୍ରୀତିଶ ସାହୁ। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ଜବତ କରାଯାଇଛି।
ସୂଚନା ଅନୁସାରେ, ଗତ କିଛିଦିନ ଧରି କୌଣସି କାରଣରୁ ପ୍ରୀତିଶ ମାନସିକ ଦୁଶ୍ଚିନ୍ତାରେ ଥିଲେ। ତେବେ ଆଜି ଘରେ କେହି ନ ଥିବା ବେଳେ ପ୍ରୀତିଶ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାନସିକ ଦୁଶ୍ଚିନ୍ତା ଯୋଗୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Popular Categories



