www.samajalive.in
Sunday, December 7, 2025
26.1 C
Bhubaneswar

ଫସଲ ବୀମା ପ୍ରଦାନ ଦାବିରେ ସମ୍ବରଦରହାରେ ରାସ୍ତାରୋକ ଆନ୍ଦୋଳନ

ଅମ୍ବାଭୋନା: ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ବାରପାହାଡ କୃଷକ ସଂଗଠନ ଆହ୍ବାନକ୍ରମେ ଫସଲ ବୀମା ପ୍ରଦାନ ଦାବିରେ ଶୁକ୍ରବାର ଭଟଲି ଓ ଅମ୍ବାଭୋନା ରାସ୍ତାକୁ ଅବରୋଧ କରିବା ସହ ସମ୍ବରଦରହା ରାସ୍ତା ଉପରେ ଶହ ଶହ ଚାଷୀ ବସି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବର ଶହ ଶହ ଯାନବାହାନ ଚଳାଚଳ ବନ୍ଦ ହୋଇ ରାସ୍ତାକଡରେ ଅଟକି ରହିଥିଲା। ଏହି ଆନ୍ଦୋଳନ ଯୋଗୁଁ ଦ୍ବାରୀ ଘଣ୍ଟେଶ୍ଵରୀ ବାଏପାସ ରାସ୍ତାରେ ବହୁ ଯାନବାହାନ ଘାଟି ଉପରେ ଅଟକି ରହିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେହିପରି ବରଗଡରୁ ଛତିଶଗଡ ବସଚଳାଚଳ ବନ୍ଦ ଯୋଗୁଁ ଶହ ଶହ ଯାତ୍ରୀ ସମ୍ବରଦରହା ଓ ଅମ୍ବାଭୋନା ରାସ୍ତାରେ ଚାଲି ଚାଲି ଛତିଶଗଡ ସରିଆ, ବରମକେଲା ଯାଉଥିବା ଦେଖିବାକୁ ମିଲିଥିଲା। ଦୁଇ ଚକିଆ ବାଇକ ମଧ୍ୟ ଛାଡିନଥିଲେ ଏବଂ ଚାଷୀ ଆନ୍ଦୋଳନ ହେତୁ ସାଧାରଣ ଜନତା ଯାତୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ସଂପର୍କରେ ଖବର ପାଇ ବରଗଡ ଅତିରିକ୍ତ ଜିଲ୍ଲାପାଳ ଆରତି ଭୋଇ, ଅମ୍ବାଭୋନା ତହସିଲଦାର ସିତାରାମ ଭୋଇ ଆନ୍ଦୋଳନ ସ୍ଥଳରେ ପହଞ୍ଚି କୃଷକ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ପ୍ରଶାସନିକ ସ୍ତରରେ ୧୫ ଦିନ ପରେ ଫସଲ ବୀମା ସମସ୍ୟାର ତଦନ୍ତ କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପରେ ରାସ୍ତା ଅବରୋଧ ହଟି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅମ୍ବାଭୋନା ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ବିଗତ ୨୦୨୧ରେ ଅମ୍ବାଭୋନା ବ୍ଲକ ମରୁଡିର ଉପଯୁକ୍ତ କ୍ଷୟକ୍ଷତି ଆକଳନ କରି ଫସଲ ବୀମା ପ୍ରଦାନ କରାଯିବାକୁ ଦାବି କରିଥିଲେ। ବୀମା କମ୍ପାନୀମାନଙ୍କ ବ୍ୟାପକ ଅବହେଳା ଯୋଗୁଁ ବହୁ ଚାଷୀ ଫସଲ ବୀମା ତାଲିକାରେ ବଞ୍ଚିତ ହୋଇଛନ୍ତି ବୋଲି ଚାଷୀଗଣ ଅଭିଯୋଗ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories