www.samajalive.in
Saturday, December 13, 2025
14.1 C
Bhubaneswar

ଗଞ୍ଜାମ ଷ୍ଟେସନରେ ରେଳରୋକ; ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର

ଗଞ୍ଜାମ: ଗଞ୍ଜାମ ଷ୍ଟେସନରେ ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦ୍ରୁତଗାମୀ ଟ୍ରେନ ରହଣି ଦାବୀ ନେଇ ମଙ୍ଗଳବାର ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା। ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନକୁ ଶତାଧିକ ଅଞ୍ଚଳବାସୀ ରେଳଷ୍ଟେସନରେ ଅଟକାଇଥିଲେ। ଏପରିକି ଲୋକମାନେ ରେଳ ଧାରଣରେ ବସି ରହିଥିଲେ। ଟ୍ରେନ ଯାତାୟତ ବନ୍ଦ ରହିଥିଲା। ଖବର ପାଇ ଗଞ୍ଜାମ ଷ୍ଟେସନରେ ଖୋର୍ଦ୍ଧା ଡିଭିଜନ ରେଳ ବିଭାଗୀୟ ଅଧିକାରୀ ବ୍ରହ୍ମପୁର ରେଳ ସୁରକ୍ଷା ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ଲୋକଙ୍କୁ ବୁଝାଇଥିଲେ। ଷ୍ଟେସନରେ ଉକ୍ତ ଦ୍ରୁତଗାମୀ ଟ୍ରେନ ଦ୍ବୟ ରହଣି ନେଇ ଲିଖିତ ପ୍ରତିଶୃତି ଦେବାପରେ ଲୋକମାନେ ରେଳରୋକ ପ୍ରତ୍ୟାହାର କରିଥିଲେ। ଆଗାମୀ ଜୁନମାସ ପ୍ରଥମ ସପ୍ତାହରେ ଉଭୟ ଟ୍ରେନ ଗଞ୍ଜାମ ରେଳ ଷ୍ଟେସନରେ ରହଣି ନେଇ ଲିଖିତ ପ୍ରତିଶୃତି ଦିଆଯାଇଛି।

ସୂଚନା ଥାଉକି, ପୂର୍ବରୁ ଉଭୟ ଦ୍ରୁତଗାମୀ ଟ୍ରେନ ରହଣିଦାବୀ ନେଇ ଏକ ଦାବିପତ୍ର ଖୋର୍ଦ୍ଧା ଡିଆରଏମଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରଦାନ କରାଯାଇଥିଲା। ସେତେବେଳେ ଦାବୀ ସମାଧାନ ନହେଲେ ୧୭ ତାରିଖରେ ରେଳ ରୋକ କରାଯିବା ନେଇ କୁହାଯାଇଥିଲା। ଆଲୋଚନା ବେଳେ ଖୋର୍ଦ୍ଧା ରେଳ ବିଭାଗୀୟ ଅଧିକାରୀ ଡିଭିଜିନାଲ କମର୍ସିଆଲ ମ୍ୟାନେଜର ଗିରିଶ ଚନ୍ଦ୍ର ନାୟକ, ବ୍ରହ୍ମପୁର ଜିଆରପି ଅଧିକାରୀ ଏସ ଡି ଆରପିଓ ଚନ୍ଦ୍ର ଶେଖର ସାହୁ, ଜିଆରପି ଅଧିକାରୀ ଜ୍ୟୋତିରଞ୍ଜନ ନାୟକ, ଆରପିଏଫ ଅଧିକାରୀ ଡି. ସି ନାୟକ, ବ୍ରହ୍ମପୁର ରେଳ ବିଭାଗୀୟ ସିସିଆଇ ମୋହନଚନ୍ଦ୍ର ବେହେରା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରିଡା ପ୍ରମୁଖ ରେଳ ବିଭାଗୀୟ ଓ ପୁଲିସ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିସହ ଗଞ୍ଜାମ ଏନଏସି ଏବଂ ବିଭିନ୍ନ ପଞ୍ଚାୟତରୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡି, ପୂର୍ବତନ କାଇଁଚପୁର ସରପଞ୍ଚ ସନ୍ତୋଷ ରେଡି, ୧୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ସୁଦାମ ଜେନା, ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦଚନ୍ଦ୍ର ପାଢ଼ୀ, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ ପଣ୍ଡା, ପୂର୍ବତନ କାଉନସିଲର ଦୁର୍ଗାମାଧଵ ପାଣିଗ୍ରାହୀ, ରଞ୍ଜନ ବେହେରା, ଜୟଦେବ ଗୌଡ଼, ମନ ମୋହନ ମହାପାତ୍ର, ହାଡୁ ବେହେରା, ହାଡ଼ିଆ ମହାପାତ୍ର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ଲକ୍ଷ୍ମୀ ପାଢ଼ୀ, ସନ୍ତୋଷ ଦାଶ, ବିନୋଦ ମହାପାତ୍ର, ସନ୍ତୋଷ ମହାପାତ୍ର, ମଦନ ପାଢ଼ୀ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories