www.samajalive.in
Monday, December 15, 2025
27.1 C
Bhubaneswar

କିସ୍‍ ପକ୍ଷରୁ ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା କିସ୍‍ ଶାଖା ପକ୍ଷରୁ ସମଗ୍ର ଜିଲାରେ ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର କନ୍ଧମାଳ ସାଂସଦ ତଥା କିସ୍‍ର ପ୍ରତିଷ୍ଠାତା ଡ.ଅଚ୍ୟୁତାନନ୍ଦ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମଗ୍ର ଜିଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କଲମ, ପେନସିଲ୍, ଖାତା, ବିସ୍କୁଟ ଓ ଚକଲେଟ୍‍ ଆଦି ପ୍ରଦାନ କରାଯାଇଛି। ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଏଜେଓ ଉଚ୍ଚ ବିଦ୍ୟାଳୟ, ପୁଲିସ୍‍ ହାଇସ୍କୁଲ ଓ ଗୋପବନ୍ଧୁ ବାଳାଶ୍ରମଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କିସ୍‌ର କର୍ମଚାରୀ ଭାଗିରଥି ସେଠୀ, ସତ୍ୟବାନ ଦଳବେହେରା, ସୁନିଲ୍‍ କୁମାର ସେଠୀ, ୧୩ ନମ୍ବର ୱାର୍ଡ଼ର କାଉନସିଲର ମାଧବୀ ମିଶ୍ର ଓ ଅନ୍ୟମାନେ ସାମିଲ୍‍ ହୋଇ ବଣ୍ଟନ କରିଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories