www.samajalive.in
Thursday, December 11, 2025
26.1 C
Bhubaneswar

ଷ୍ଟାର୍ଟଅପ୍‍ କ୍ଷେତ୍ରରେ ବ୍ୟାପକ ସୁଯୋଗ ଆଣିବ ଫାଇଭ-ଜି – ପ୍ରଧାନମନ୍ତ୍ରୀ

ଡେସ୍କ: ଗତ ୮ ବର୍ଷ ମଧ୍ୟରେ ସରକାର ଟେଲି ଯୋଗାଯୋଗ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଭିଡ଼ିଓ କନ୍‍ଫରେନ୍‍ସିଙ୍ଗ୍‍ ଜରିଆରେ ଭାରତୀୟ ଦୂର ସଂଚାର ନିୟାମକ – ଟ୍ରାଇର ରୌପ୍ୟ ଜୟନ୍ତୀ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତୀୟ ଟେଲି ଯୋଗାଯୋଗ କ୍ଷେତ୍ର ଆତ୍ମନିର୍ଭରଶୀଳତା ଓ ସୁସ୍ଥ ପ୍ରତିଯୋଗିତାର ଏକ ଜ୍ୱଳନ୍ତ ଉଦାହରଣ। ଏହାର ସମାଜ ଓ ଅର୍ଥନୀତି ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପଡ଼ୁଛି ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଫାଇଭ-ଜି ଜ୍ଞାନକୌଶଳ ଷ୍ଟାର୍ଟଅପ୍‍ ଗୁଡ଼ିକ ପାଇଁ ଏକ ବଡ଼ ସୁଯୋଗ ହେବ। ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହ ଷ୍ଟାର୍ଟଅପ୍‍ ଏହା ଜରିଆରେ ଲାଭାନ୍ବିତ ହେବେ। ସେ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଯୋଗାଯୋଗ ଦେଶର ବିକାଶର ଗତିକୁ ନିର୍ଦ୍ଧାରଣ କରିବ ଓ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଫାଇଭ-ଜି ପ୍ରଶାସନରେ ଉନ୍ନତି ଆଣିବା ସହ ଜୀବନ ଶୈଳୀକୁ ସହଜ କରିବା ସହିତ ବ୍ୟବସାୟକୁ ସୁଗମ କରିବ। ସେ କହିଛନ୍ତି ଦେଶ ଟୁ-ରୁ ଥ୍ରୀ-ଜି ଓ ଫୋର-ଜି ପରେ ବର୍ତ୍ତମାନ ଫାଇଭ-ଜିରେ ପ୍ରବେଶ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‍ ଶୀଘ୍ର ଦେଶରେ ସିକ୍ସ-ଜି ଲାଗୁ ହେବ। ଦେଶୀୟ ଜ୍ଞାନକୌଶଳରେ ଫାଇଭ-ଜିର ବିକାଶ ଅତ୍ୟାଧୁନିକ ବୈଷୟିକ ଜ୍ଞାନରେ ଦେଶକୁ ଆତ୍ମନିର୍ଭର କରିବ।

- Advertisement -

ତଥ୍ୟ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‍. ମୁରୁଗାନ୍‍ କହିଛନ୍ତି, ଟ୍ରାଇ ସର୍ବଦା ଗ୍ରାହକ ଓ ସେବା ପ୍ରଦାନକାରୀମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଉଛି। ସେ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଓ ଆଧୁନିକ ଭାରତୀୟ ଡିଜିଟାଲ ନିୟନ୍ତ୍ରଣ କ୍ଷେତ୍ରରେ ଟ୍ରାଇ ପ୍ରମୁଖ ସ୍ଥାନରେ ରହିଛି। ଡିଜିଟାଲ ଇଣ୍ଡିଆ ମିଶନ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଥିବାର ସେ କହିଛନ୍ତି।

ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ୨୦୦୪ ମସିହାରେ ଟ୍ରାଇରେ ପ୍ରସାରଣ ସାମିଲ ହୋଇଥିଲା। ସେ କହିଛନ୍ତି, ୮୫୦ ଟେଲିଭିଜନ ଚ୍ୟାନେଲ୍‍, ୩୮୬ ଏଫ୍‍.ଏମ୍‍. ରେଡିଓ ଷ୍ଟେସନ୍‍, ୩୫୫ କମ୍ୟୁନିଟି ରେଡିଓ ଷ୍ଟେସନ୍‍ ଓ ୧୭୫୦ ଏମଏସଓ କେବୁଲ୍‍ ସେବା ଯୋଗାଇବା ସହ ୨ ଲକ୍ଷ ଏଲସିଓ ଦେଶର ବିଭିନ୍ନ ଭାଗରେ ସେବା ପ୍ରଦାନ କରୁଛନ୍ତି। ଶ୍ରୀ ଚନ୍ଦ୍ରା କହିଛନ୍ତି, ପ୍ରସାରଣ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଓ ସୁଯୋଗ ରହିଛି। ସେ କହିଛନ୍ତି ଯେ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଆଜି ଅଢ଼େଇ ହଜାର କୋଟି ଡଲାରରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହା ୭ ହଜାର କୋଟି ଡଲାରରେ ପହଞ୍ଚିବାର ଆଶା କରାଯାଉଛି। ପ୍ରସାରଣ ନିୟନ୍ତ୍ରକ ଭାବେ ଟ୍ରାଇ ୨୦୨୯ରେ ୨୫ ବର୍ଷ ସଂପୂର୍ଣ୍ଣ କରିବ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories