www.samajalive.in
Monday, December 15, 2025
27.1 C
Bhubaneswar

ଗୋଳାବାରୁଦ କାରଖାନା ସମ୍ମୁଖରେ ଭିଆଇପିର ଧାରଣା

ସଇନ୍ତଲା : ସଇନ୍ତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ଫପସି ଛକ ସ୍ଥିତ  ମୁଖ୍ୟ ଫାଟକ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ସମସ୍ୟା ନେଇ ଧାରଣା ଦିଆଯାଇଛି। କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବଡ଼ମାଳ ରେଲୱେ ଟ୍ରାକ ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ, ଜମି ହରାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ ତଥା କାରଖାନାର ଘରୋଇକରଣ ପ୍ରତିବାଦରେ କାରଖାନା ମହାପବନ୍ଧକଙ୍କ ଜରିଆରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିର୍ଣ୍ଣୟ ନେଇଥିଲେ। ହେଲେ କାରଖାନା ପକ୍ଷରୁ ଦାବିପତ୍ର ଗ୍ରହଣ ପାଇଁ କେହି ମଧ୍ୟ ନଆସିବାରୁ ଧାରଣାରେ ବସିଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି କରି ଧାରଣାକୁ ବନ୍ଦ କରିଥିବା ଜଣାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳର ସଭାପତି ବିପିନ କୁଶଲିଆ ପ୍ରକାଶ କରିଛନ୍ତି। ଏହି ଧାରଣାରେ ଅଶୋକ ଦାସ, ବୈଶାଖୁ ସେଲମା, ପ୍ରସନ୍ନ ଛତ୍ରିଆ, ହରେକୃଷ ସାହୁ, ଜଗନ୍ନାଥ ସେଲମା ଓ ନଦୀର ଭୁଏ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories