www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଧରାଇଛି ସ୍କୁଲ ଛାତ୍ରଙ୍କ ହାତରେ ଗାଈଘୋଡ଼ା ବାଡି !

ଫୁଲବାଣୀ: କନ୍ଧମାଳ ଜିଲାର ଅନେକ ଦୁର୍ଗମ ଅଞ୍ଚଳରେ କରୋନା ଧରାଇଛି ସ୍କୁଲ ଛାତ୍ରଙ୍କ ହାତରେ ଗାଈଘୋଡ଼ା ବାଡ଼ି। ଗତ କିଛିମାସ ହେଲା ଏଭଳି ଦୃଶ୍ୟ ଦେଖାଯାଉଛି ଜିଲାର ବିିଭନ୍ନ ଅଞ୍ଚଳରେ। ରାଜ୍ୟରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଯୋଗୁଁ ଗତ ୮ ମାସ ହେଲା ଜିଲାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ପଡ଼ିଛି। କରୋନା ପାଇଁ ଅଭିଭାବକମାନେ ନିଜ ନିଜ ପିଲାଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ବେଳେ ଗ୍ରାମାଞ୍ଚଳର ଗରୀବ ଅଭିଭାବକମାନେ ଏବେ ନିଜ ନିଜ ପିଲାଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଉଥିବା ଦେଖାଯାଇଛି। ତେବେ ଦୀର୍ଘଦିନ ହେଲା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ତାଲା ପଡ଼ିଥିବା ଯୋଗୁଁ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ଅନ୍‍ଲାଇନ୍‍ ମାଧ୍ୟମରେ ଶିକ୍ଷାନୁଷ୍ଠାନ ମଧ୍ୟ ଆରମ୍ଭ କରିଥିଲେ। ତେବେ ଏହା କେବଳ ସହରାଞ୍ଚଳ ପାଇଁ ସମ୍ଭବ ହୋଇଥିବା ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ ଅନ୍‍ଲାଇନ୍‍ ମାଧ୍ୟମରେ ଶିକ୍ଷାଦାନ। ତେବେ ସରକାର ଅନଲାଇନ ଶିକ୍ଷା ଦାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବା କହୁଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏହା କେବଳ ନାମକୁ ମାତ୍ର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଦୁର୍ଗମ କରଡ଼ା ଓ ରଣବା ପଂଚାୟତରେ। ବିଭିନ୍ନ ମୌଳିକ ସମସ୍ୟା ମଧ୍ୟରୁ ଗାଁ ଗାଁରେ ନେଟୱାର୍କ ସମସ୍ୟା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସମସ୍ୟା। ଆଉ ଏକ ସମସ୍ୟା ହେଉଛି କରଡ଼ା ଓ ରଣବା ପଂଚାୟତର ଲୋକମାନେ ପଂଚାୟତରେ ଟାଓାର ନିର୍ମାଣ ପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଏବେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଗ୍ରାମର ଛାତ୍ରଛାତ୍ରୀ। ସ୍କୁଲଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବର୍ତମାନ ପରିସ୍ଥିତିରେ ଅନଲାଇନ ଶିକ୍ଷାରୁ ବଂଚିତ ଅଛନ୍ତି କରଡା ପଂଚାୟତ ରଣବା ଓ ଇନ୍ଦ୍ରଗଡ଼ ପଂଚାୟତର ପିଲାମାନେ। ଏବେ ସେହି ପିଲାମାନେ ଗାଈ ଗୋରୁ ଚରାଉଛନ୍ତି ତ ଆଉ କିଏ ପଥର ବାଡ଼େଇ ପରିବାର ପାଇଁ ରୋଜଗାର କରୁଛନ୍ତି। ଆଉ କିଏ ଦିନ ତମାମ୍‍ ଖେଳି ଖେଳି ସମୟ ବିତାଉଛନ୍ତି। କେବେ ସ୍କୁଲ ଖୋଲିବ ତାହାର ସଠିକ୍‍ ଖବର କାହାରି ପାଖରେ ମଧ୍ୟ ନାହିଁ। ସେହିଭଳି ଟାୱାର ବ୍ୟବସ୍ଥା ନଥିବା ହେତୁ ଜରୁରୀ ପରିସ୍ଥିତିରେ ୧୦୮କିମ୍ବା ୧୦୨ ଆମ୍ବୁଲାନ୍ସ ସେବା ପାଇବାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ। ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ମୌଳିକ ସମସ୍ୟା ଦୂର କରିବା ସହିତ ମୋବଇଲ ସେବା ନିମନ୍ତେ ଟାଓାର ସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କରଡା ପଂଚାୟତର ରାଜେନ୍ଦ୍ର ପ୍ରଧାନ, ଶରତଦିଗାଲ, ଦୁଷ୍ମନ୍ତ ସାମନ୍ତ, ପ୍ରବୀଣ ସାମନ୍ତ ଓ ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି। ତେବେ ଏହି ସମସ୍ୟା କେବଳ ରାଇକିଆ ବ୍ଳକର ଦୁର୍ଗମ ଅଞ୍ଚଳରେ ନୁହେଁ ଜିଲାର ଫୁଲବାଣୀ, କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି, ଟିକାବାଲି, ଚକାପାଦ, ଫିରିଙ୍ଗିଆ, ଖଜୁରିପଡ଼ା ଭଳି ସମସ୍ତ ବ୍ଳକରେ ଥିବା ଦୁର୍ଗମ ଅଞ୍ଚଳ ମାନଙ୍କରେ ବର୍ତ୍ତମାନ ଏହିଭଳି ପରିସ୍ଥିତି ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories