www.samajalive.in
Saturday, December 6, 2025
15.1 C
Bhubaneswar

ଭିନ୍ନକ୍ଷମ ନାବାଳକ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ତୁଷୁରା : ତୁଷୁରା ଏନଏସି ଅର୍ନ୍ତଗତ ୫ ନମ୍ବର ପତିତପାବନ ପଡ଼ାରେ ରହନ୍ତି ଗୌର ଛତ୍ରିଆ ଓ ସୁନୀତା। ତାଙ୍କର ୪ ବର୍ଷର ପୁଅ ମୋହିତ। ଜନ୍ମ ପରେ ମୋହିତଙ୍କୁ ହୋଇଥିଲା ଜଣ୍ଡିସ। ଜଣ୍ଡିସ ଠିକ ହେବା ପୂର୍ବରୁ ମୋହିତ ପୋଲିଓରେ ଆକ୍ରାନ୍ତ ହେଲେ। ଫଳରେ ତାଙ୍କର ୨ ଗୋଡ଼ ଓ ହାତ ଅଚଳ ହୋଇଗଲା। ସେ ନା ବସିପାରିଲେ ନା କିଛି କହିପାରିଲେ। କେବଳ ଶୋଇ ରହିଲେ ଖଟିଆରେ। ପୁଅକୁ ଠିକ କରିବା ପାଇଁ ବଲାଙ୍ଗିରରୁ ବୁର୍ଲା ଓ ଭୁବନେଶ୍ୱର ଡ଼ାକ୍ତରଖାନାରେ ଚିକିତ୍ସା କରିଥିଲେ। ଏଥିପାଇଁ ଘରେ ଥିବା ସୁନା, ଘର ସବୁ ଗହଣା ବିକ୍ରି କରି ଦେଲେ। ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସେ ସୁସ୍ଥ ହୋଇପାରିଲେ ନାହିଁ। ଡ଼ାକ୍ତରମାନେ କହିବା ହେଲା ଗୋଡ଼ ଶୀରାରେ ବାୟୁ ରହି ଯାଇଥିବାରୁ ଗୋଡ଼ କାମ କରୁନି। ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେବା ସହ ରାଜମିସ୍ତ୍ରୀ କାମ କରି ଦୁଇ ପଇସା ରୋଜଗାର କରନ୍ତି। ପୁଅର ଚିକିତ୍ସା ପାଇଁ ମା’ ସୁନୀତା ଆଖପାଖ ଲୋକଙ୍କ କପଡ଼ା ସିଲାଇ କରି କିଛି ଟଙ୍କା ରୋଜଗାର କରନ୍ତି। କିନ୍ତୁ ସେମାନେ ରୋଜଗାର କରୁଥିବା ଟଙ୍କାରୁ ଅଧା ଖର୍ଚ୍ଚ ହେଇଯାଏ ପୁଅର ଔଷଧରେ। ଚିକିତ୍ସା ପାଇଁ ଟଙ୍କା ନଥିବା ବେଳେ ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ ଗୌରଙ୍କ ପରିବାର। ଏନ୍ଏସି ପକ୍ଷରୁ ବିକଳାଙ୍ଗ ଭତ୍ତା କରିବା ସହ ଚିକିତ୍ସା ସହାୟତା ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories