www.samajalive.in
Sunday, December 7, 2025
26.1 C
Bhubaneswar

ଗାଡ଼ି ପଛରେ ସାଙ୍ଗିଆ ଲେଖିବା ପଡ଼ିଲା ମହଙ୍ଗା: ସାକ୍ସେନା ଜୀଙ୍କ ନାମରେ ପୁଲିସ କାଟିଲା ଚାଲାଣ

ଗାଡ଼ି ପଛରେ ଅନେକ ନିଜ ନାଁ, ପିଲାଙ୍କ ନାଁ, ସାଙ୍ଗିଆ ଲେଖିଥାଆନ୍ତି । କେହିକେହି ନମ୍ବର ପ୍ଲେଟରେ ମଧ୍ୟ ବିଭିନ୍ନ ଲେଖା ଲେଖିଥାଆନ୍ତି । ଆଉ ଆପଣ ଯଦି ଏପରି କରିଛନ୍ତି ତେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ । ଆସନ୍ତା ୧ ତାରିଖରୁ ଯାନବାହନ ପଛରେ ଜାତି, ସାଙ୍ଗିଆ ଆଦି ଲେଖିଥିଲେ ଚାଲାଣ କଟିବ । ଦେଶରେ ଏ ସଂକ୍ରାନ୍ତରେ ପ୍ରଥମ ଚାଲାଣ କଟିଛି ଉତ୍ତରପ୍ରଦେଶରେ । ନିଜ ଗାଡ଼ି ପଛରେ ସାକ୍ସେନା ଜୀ ଲେଖିଥିବା ଜଣେ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା କରାଯାଇଛି । ଉତ୍ତରପ୍ରଦେଶ ପୁଲିସର ଏହି କାର୍ଯ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।  ଅବଶ୍ୟ ଉତ୍ତରପ୍ରଦେଶ ସରକାର ପୂର୍ବରୁ କୌଣସି ଗାଡ଼ିରେ ଜାତି ବା ଧାର୍ମିକ ଷ୍ଟିକର ଲଗାଇବା ନେଇ ନିର୍ଦେଶନାମା ଜାରି କରିଛନ୍ତି ।

ପୁଲିସ କମିଶନର ଡ଼ି.କେ.ଠାକୁରଙ୍କ ସୂଚନା ଅନୁସାରେ ରାସ୍ତାରେ ଯାଞ୍ଚ ଚାଳିଥିବା ବେଳେ କାନପୁରରୁ ଆସୁଥିବା ଏକ ଭ୍ୟାନକୁ ପୁଲିସ ଏସଆଇ ଦୀପକ କୁମାର ଅଟକାଇଥିଲେ । କାରଣ ଥିଲା ଗାଡ଼ି ପଛରେ ସାକ୍ସେନା ଜୀ ବୋଲି ହିନ୍ଦିରେ ଲେଖାଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦେଶକ୍ରମେ କୌଣସି ଗାଡ଼ିରେ ଜାତି କିମ୍ବା ଧର୍ମ ସଂକ୍ରାନ୍ତ କୌଣସି ଶବ୍ଦ ରହିବ ନାହିଁ । ମାତ୍ର ଏହି ଗାଡ଼ି ମାଲିକ ତାହାର ଉଲ୍ଲଙ୍ଘନ କରିଥିବାରୁ ତାଙ୍କର ଚାଲାଣ କଟିଥିଲା । ଏହା ସହ ତୁରନ୍ତ ଗାଡ଼ି ପଛରେ ଥିବା ଲେଖା ମଧ୍ୟ ହଟାଇବାକୁ ନିର୍ଦେଶ ଦିଆଯାଇଥିଲା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories