www.samajalive.in
Sunday, December 14, 2025
17.1 C
Bhubaneswar

ଛତୁଆ କାରଖାନା ଆଳରେ ଚଞ୍ଚକତା କରି ହରଡଘଣାରେ ସିଆରପି 

ଧାମରା : ବାଂଶଡା ପଞ୍ଚାୟତ ଛେଡାକ ଗ୍ରାମର ଜଣେ ସିଆରପି ନିଜର ଗୁଜରାଣ ମେଣ୍ଟାଇବାକୁ ଯାଇ ଚଂଚକତା କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି  । ସଂପୃକ୍ତ ସିଆରପି ଜଣକ ଏମିତି ଆଗରୁ ଏକ ମହିଳା ଏକ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କ ଦସ୍ତଖତକୁ ନକଲ କରି ମାଛ ଚାଷ ସବସିଡକୁ ମଧ୍ୟ ଉଠାଇ ନେଇଥିବା ଦର୍ଶାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଚାନ୍ଦବାଲି ବ୍ଲକ ବାଂଶଡା ପଞ୍ଚାୟତ ଛେଡାକ ଗ୍ରାମର ଜୟ ହନୁମାନ ସ୍ୱୟଂ ସହାୟିକ ଗୋଷ୍ଠୀ ଦାୟିତ୍ୱରେ ଥିବା ସିଆରପି ପଦ୍ମିନୀ ରାଉତ ଗତ ମାର୍ଚ ୨୦୨୫ ମସିହାରେ ଏକ ଜୟ ହନୁମାନ ସ୍ୱୟଂ ସହାୟିକ ଗୋଷ୍ଠୀର ସଭାବହିକୁ ଜାଲିଆତି କରି ବାଂଶଡା ଠାରେ ଏକ ଛତୁଆ କାରଖାନା ଖୋଲିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ କରିଥିଲା । ଏହି ଦରଖାସ୍ତରେ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ଛତୁଆ କାରଖାନା ଖୋଲିବାକୁ ଚାହୁଁଛନ୍ତି ଏହା ଦ୍ୱାରା ମିଶନ ଶକ୍ତି ମହିଳା ମାନେ ଉପକୃତ ହେବେ ବୋଲି ଦର୍ଶାଯାଇଛି । ଏହି ବିଷୟରେ ମିଶନ ଶକ୍ତି ବିଭାଗରୁ ଚିଠି ଆସିବା ପରେ ସଂପୃକ୍ତ ମହିଳାସ୍ୱୟଂ ସହାୟିକା ଗୋଷ୍ଠୀ ଜାଣିବାକୁ ପାଇଥିଲେ । ଆଜି ଏ ନେଇ ସଂପୃକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୬ଜଣ ସଭ୍ୟା ଯାଇ ଚାନ୍ଦବାଲି ବିଡିଓଙ୍କୁ ଦେଖାକରି ଏକ ଦାବୀପତ୍ର ପ୍ରଦାନ କରିବା ସହ ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ ଏବଂ କମିଶନର ଜୀବିକା ଶକ୍ତି ମିଶନ ଭୂବନେଶ୍ୱରଙ୍କ ଅବଗତ ନିମନ୍ତେ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ସିଆରପି ପଦ୍ମିନୀ ରାଉତ ବିଗତ ଦିନରେ ଜୟ ହନୁମାନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆସିଥିବା ମାଛ ସବସିଡକୁ ମଧ୍ୟ ଚଂଚକତା କରି ଉଠାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ତୁରନ୍ତ ସଂପୃକ୍ତ ସିଆରପିଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଦାବୀ କରିଛନ୍ତି । ଆଜି ଦାବୀପତ୍ର ପ୍ରଦାନ ବେଳେ ରେଣୁକା ରାଉତ, ଝୁନାରାଣୀ ରାଉତ, ଜୋତ୍ସାରାଣୀ ରାଉତ, ଅନିତା ରାଉତ, ସୀମା ରାଉତ ଏବଂ ମୋନାଲିସା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories