ନୂଆଦିଲ୍ଲୀ : କାଓ୍ବାସାକି ଭାରତରେ ନିଜ ମିଡ୍-ସାଇଜ୍ ସ୍ପୋର୍ଟ ଟୁରିଂ ମୋଟରସାଇକେଲ ନିଞ୍ଜା ୬୫୦ର ନୂଆ ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି । ଏହି ମୋଟରସାଇକେଲ ନୂଆ ଲାଇମ ଗ୍ରୀନ୍ ରଙ୍ଗର ବିକଳ୍ପରେ ଉପଲବ୍ଧ ହେବ । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ସାମାନ୍ୟ ବୃଦ୍ଧି କରି ୭.୨୭ ଲକ୍ଷ ଟଙ୍କା କରିଛି । ଏବେ ଏହି ମୋଟରସାଇକେଲ ପୂର୍ବ ଅପେକ୍ଷା ୧୧ ହଜାର ଟଙ୍କା ମହଙ୍ଗା ହୋଇଯାଇଛି । ଏବେ ଏହା ଅଧିକ ବୋଲ୍ଡ ନଜର ଆସୁଛି । ତେବେ କିଛି କାଓ୍ବାସାକି ଡିଲରଙ୍କ ପାଖରେ ଏବେ ବି ପୁରୁଣା ମଡେଲ ଉପଲବ୍ଧ ଅଛି । ଏଥିରେ ୨୫ ହଜାର ଟଙ୍କାର ରିହାତି ଦିଆଯାଉଛି ।
୨୦୨୫ ମଡେଲରେ ୬୪୯ ସିସି ପାରାଲାଲ୍ ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ ଲାଗିଛି ଯାହା ୮ ହଜାର ଆରପିଏମରେ ୬୭ ବିଏଚପିର ପାଓ୍ବର ଓ ୬୭୦୦ ଆରପିଏମରେ ୬୪ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ମୋଟରରେ ୬ ସ୍ପିଡ ଗିୟରବକ୍ସ ରହିଛି । ଏହାର ଓଜନ ୧୯୬ କିଲୋଗ୍ରାମ । ଏଥିରେ ୪୧ ଏମଏମ ଟେଲିସ୍କୋପିକ୍ ଫୋର୍କ୍ସ ଓ ପ୍ରିଲୋଡ୍-ଆଡଜଷ୍ଟେବଲ ମୋନୋଶକ୍ ସହିତ ୧୭ ଇଞ୍ଚର ଆଲୟ ହ୍ବିଲ୍ ରହିଛି । ଆଗପଟେ ୩୦୦ ଏମଏମର ଡୁଆଲ ଡିସ୍କ ବ୍ରେକ୍ ଓ ପଛପଟେ ୨୨୦ ଏମଏମର ରୋଟର ସାହାଯ୍ୟରେ ଏଙ୍କର ଦିଆଯାଇଛି ।



