ସୀତାପୁରରେ ପୁଣି ୧୨ ବର୍ଷର ନାବାଳିକାକୁ କାମୁଡି ମାରିଦେଲେ ବୁଲା କୁକୁର
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁରରେ ପୁଣି ଜଣେ ନାବାଳିକାକୁ ବୁଲା କୁକୁରମାନେ ଝୁଣି କରି ମାରି ଦେଇଥିବା ସୂଚନା ମିଳିଛି । ଖୈରାବାଦ ଥାନା ଅଞ୍ଚଳର ମହେଶପୁର ଗ୍ରାମରେ ଏହି ଘଟଣା ଘଟିଛି । ଗତି କିଛି ମାସ ମଧ୍ୟରେ ଏହି ଅଞ୍ଚଳରେ ୧୩ ଜଣ ପିଲାଙ୍କୁ କୁକୁର କାମୁଡି ମାରିଦେଇଥିବା ଅଭିଯୋଗ ହୋଇଛି । ଦିନକ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ଗସ୍ତ କରିବା ସହ କୁକୁର କାମୁଡାରେ ପ୍ରାଣ ହରାଇଥିବା ପିଲାମାନଙ୍କ ପରିବାରଲୋକଙ୍କୁ ଭେଟିଥିଲେ । ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ହୋଇଥିବା ପିଲାଙ୍କ ପରିବାରକୁ ୨୫ ହଜାର ଟଙ୍କା କ୍ଷତି ପୂରଣ ରାଶ ଘୋଷଣ କରାଯାଇଛି ।
କୁକୁରମାନେ କାହିଁକି ଏବେ ମଣିଷମାନଙ୍କୁ ଆକ୍ରମଣ କରିବା ସହ ପିଲାଙ୍କୁ ମାରିଦେଉଛନ୍ତି ତାହାର ଏବେ ତଦନ୍ତ ଆରମ୍ଭ ହୋଇଛି । ଏବେ ଗ୍ରାମବାସୀମାନେ ହାତରେ ଲୁହା ଛଡ, ଠେଙ୍ଗା ଧରି କୁକୁର ବଂଶ ନିପାତ ଆରମ୍ଭ କରିଛନ୍ତି ।